ରିଲିଜ୍ ହେଲା ‘ଆଲ୍ଫା’, ଆକ୍ସନ୍ରେ ଛାଇଗଲେ ଆଲିଆ-ଶର୍ବରୀ; ବବି ଦେଓଲଙ୍କ ଅଭିନୟକୁ ପ୍ରଶଂସା
ବହୁ ପ୍ରତୀକ୍ଷିତ ସ୍ପାଏ ଥ୍ରିଲର ଫିଲ୍ମ ‘ଆଲ୍ଫା’ ଶୁକ୍ରବାର ଦେଶବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଆଲିଆ ଭଟ୍ଟ ଓ ଶର୍ବରୀଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମେ ଡିସେମ୍ବର ୨୦୨୫ରେ ମୁକ୍ତିଲାଭ କରିବାକୁ ଥିଲା। ପରେ ଏହାକୁ ଏପ୍ରିଲ୍ ୨୦୨୬କୁ ସ୍ଥଗିତ କରାଯାଇଥିଲା ଏବଂ ଶେଷରେ ଜୁଲାଇ ୩ରେ ରିଲିଜ୍ କରାଯାଇଛି। ପ୍ରାରମ୍ଭିକ ସମୀକ୍ଷାରେ ଫିଲ୍ମର ଆକ୍ସନ୍ ଦୃଶ୍ୟକୁ ପ୍ରଶଂସା କରାଯାଉଥିବାବେଳେ ବବି ଦେଓଲଙ୍କ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଛି।
‘ଆଲ୍ଫା’ YRF Spy Universeର ପରବର୍ତ୍ତୀ ଫିଲ୍ମ। ଏହା ‘ଟାଇଗର’, ‘ପଠାନ୍’ ଏବଂ ‘ୱାର୍’ ପରେ ଏହି ଫ୍ରାଞ୍ଚାଇଜ୍ର କାହାଣୀକୁ ଆଗକୁ ନେଇଛି। ଟ୍ରେଲରରେ ହ୍ରିତିକ ରୋଶନଙ୍କ ‘କବୀର’ ଚରିତ୍ରର ଝଲକ ଦେଖିବାକୁ ମିଳିଥିଲା। ଶିବ ରାୱେଲଙ୍କ ନିର୍ଦ୍ଦେଶନା ଏବଂ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ଅନିଲ କପୁର ଓ ବବି ଦେଓଲ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଚାର ସୀମିତ ରହିଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ବକ୍ସ ଅଫିସରେ ମଧ୍ୟ ‘ଆଲ୍ଫା’ ଭଲ ଆରମ୍ଭ କରିବ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ସେମାନଙ୍କ ଆକଳନ ଅନୁଯାୟୀ, ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୭ରୁ ୮ କୋଟି ଟଙ୍କା ନେଟ୍ କଲେକ୍ସନ କରିପାରେ। ପୂର୍ବବର୍ତ୍ତୀ ସ୍ପାଏ ୟୁନିଭର୍ସ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ପରେ ‘ଆଲ୍ଫା’ ଫ୍ରାଞ୍ଚାଇଜ୍ ପ୍ରତି ଦର୍ଶକଙ୍କ ବିଶ୍ୱାସକୁ ପୁଣି ଫେରାଇ ଆଣିବାରେ ସଫଳ ହେବ ବୋଲି ଆଶା ପ୍ରକାଶ କରାଯାଉଛି |

