ଡୋକରି ପାହାଡ଼ ରୁ ପଡି ଯୁବକ ମୃତ୍ୟୁ ଘଟଣା,ସେଲଫି ନେବା ବେଳେ ଅଘଟଣ, ପର୍ଯ୍ୟଟକ ଙ୍କ ସୁରକ୍ଷା ଦାବି କଲେ ଅଞ୍ଚଳବାସୀ।
କଳାହାଣ୍ଡି,୦୩/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଡୋକରିଚଞ୍ଚରା ରେ ପୁଣି ଘଟିଛି ଅଘଟଣ। ଗୁରୁବାର ଜଣେ ଯୁବକ ସେଲଫି ନେବା କାଳ ହୋଇଛି, ଗୋଡ ଖସି ଯିବାରୁ ଡୋକରି ପାହାଡ଼ ର ପ୍ରାୟ ୫୦ ଫୁଟ ତଳକୁ ପଡି ଯୁବକ ଙ୍କ ଘଟଣାସ୍ଥଳ ରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଜଣାପଡିବା ପରେ ନିକଟସ୍ଥ ଖଲିଗଡ଼ ଗ୍ରାମର ଯୁବକ ମାନେ ଏନେଇ ଆମପାଣି ପୁଲିସ ସମେତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ। ତେବେ ଜଙ୍ଗଲ ମଧ୍ୟରେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିନଥିବା ବେଳେ ଶୁକ୍ରବାର ସକାଳୁ ଆମପାଣି ପୋଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଫାୟାର କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ, ହେମନ୍ତ ନାଏକ, ଦିଗାମ୍ବର ଶବର, ଦେବାଶିଷ ମହାପାତ୍ର ମାନେ ପହଞ୍ଚି ପାହାଡ଼ ତଳୁ ମୃତ ଯୁବକ ଙ୍କ ଶବ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କରିଥିଲେ।ମୃତ ଯୁବକ ଜଣକ ହେଲେ ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା ଅନ୍ତର୍ଗତ କର୍ଲାଗୁଡା ଗ୍ରାମ ର ଯୁବକ ଲୋକେଶ ଦୁରିଆ।ସେ ଗତକାଲି ସକାଳୁ ବୁଲିବାକୁ ଆସି ଅଘଟଣ ର ଶିକାର ହୋଇଥିଲେ।ପୁଲିସ ଶବ ବ୍ୟବଚ୍ଛେଦ ପରେ ତାଙ୍କ ବାପା ଅମ୍ବିକ ଲାଲ ଦୁରିଆ ଙ୍କୁ ଶବ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆମପାଣି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ତେବେ ବାରମ୍ବାର ପର୍ଯ୍ୟଟନ ସ୍ଥଳୀ ରେ ଏଭଳି ଅଘଟଣ ଘଟୁଥିବା ବେଳେ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ ଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

