Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଯୋଧ୍ୟା ପରେ କେଦାରନାଥ-ବଦ୍ରୀନାଥରେ ଦାନ ଅର୍ଥ ହେରଫେର ଅଭିଯୋଗ, ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀରାମ ମନ୍ଦିରରେ ଦାନ ଅର୍ଥରେ ହେରଫେର ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଓ ବଦ୍ରୀନାଥ ମନ୍ଦିରରେ ମଧ୍ୟ ଦାନ ଅର୍ଥରେ ହେରଫେର କରିଥିବା ଅଭିଯୋଗ ଉଠିଛି। ଅଭିଯୋଗ ପ୍ରକାଶ ପାଇବା ପରେ କେଦାରନାଥ-ବଦ୍ରୀନାଥ ମନ୍ଦିର କମିଟି ତୁରନ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏହାସହ ଦାନ, ଉପହାର, ଆୟ ଓ ଅନ୍ୟାନ୍ୟ ସୂତ୍ରରୁ ମନ୍ଦିରକୁ ମିଳିଥିବା ସମସ୍ତ ଅର୍ଥର ହିସାବ ଉପରେ କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

ଡେରାଡୁନର ଆରଟିଆଇ କର୍ମୀ ବିକାଶ ନେଗି ଅଭିଯୋଗ କରିଛନ୍ତି ଯେ, ରାଜନେତା ଏବଂ ସେମାନଙ୍କ ସହଯାତ୍ରୀଙ୍କ ହେଲିକପ୍ଟର ଯାତ୍ରା, ରହଣି ଓ ଖାଦ୍ୟ ଖର୍ଚ୍ଚ ଭକ୍ତମାନଙ୍କ ଦାନ ଅର୍ଥରୁ ବହନ କରାଯାଉଛି। ସେ କହିଛନ୍ତି, ନିକଟରେ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଗସ୍ତ ସମୟରେ ମନ୍ଦିର ପରିଚାଳନା କମିଟି ପ୍ରାୟ ୬୦ ହଜାର ଟଙ୍କା ବ୍ୟୟ କରିଥିଲା।

ଏହି ଅଭିଯୋଗକୁ ନେଇ ହିନ୍ଦୁ ସଂଗଠନ ‘ଭୈରବ ସେନା ‘ ମନ୍ଦିର ପରିଚାଳନା କମିଟି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛି। ଏନେଇ ସଂଗଠନ ପକ୍ଷରୁ ବିକେଟିସିର ସିଇଓ ସୋହନ ସିଂହ ରଙ୍ଗରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମନ୍ଦିର କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ