Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ! ଗୋପନୀୟତା ଅଧିକାର ଆଳରେ ଲୁଚାଇପାରିବେନି ପ୍ରେମ ସମ୍ପର୍କ

ବିବାହ ବିଚ୍ଛେଦ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା–୨୧ ଅନୁଯାୟୀ ମିଳୁଥିବା ଗୋପନୀୟତାର ଅଧିକାରକୁ ବ୍ୟବହାର କରି ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ବିବାହ ସମ୍ପର୍କର ପ୍ରମାଣ ଲୁଚାଇ ପାରିବେ ନାହିଁ। ବ୍ୟଭିଚାର ସମ୍ପର୍କିତ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଯଦି ମୋବାଇଲ କଲ୍ ରେକର୍ଡ କିମ୍ବା ହୋଟେଲ ରହଣି ସମ୍ପର୍କିତ ତଥ୍ୟ ଆବଶ୍ୟକ ହୁଏ, ତେବେ ତାହାକୁ କୋର୍ଟରେ ଦାଖଲ କରାଯାଇପାରିବ।

ବିଚାରପତି ମନମୋହନ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖି ସ୍ୱାମୀଙ୍କ ଆବେଦନ ଖାରଜ କରିଛନ୍ତି। ସ୍ୱାମୀ ଯୁକ୍ତି ଦେଇଥିଲେ ଯେ, ତାଙ୍କର କଲ୍ ରେକର୍ଡ ଓ ହୋଟେଲ ରହଣି ସମ୍ପର୍କିତ ସୂଚନା ମାଗିବା ତାଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ। କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି, ଗୋପନୀୟତାର ଅଧିକାର ସମ୍ପୂର୍ଣ୍ଣ ନୁହେଁ। ନ୍ୟାୟ ପ୍ରଦାନ ଓ ସତ୍ୟ ଉନ୍ମୋଚନ ପାଇଁ ଆବଶ୍ୟକ ହେଲେ ଏଭଳି ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇପାରିବ।

ଏହି ମାମଲାରେ ଦମ୍ପତି ୧୯୯୮ ମସିହାରେ ବିବାହ କରିଥିବା ବେଳେ ୨୦୦୦ ମସିହାରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା। ପରେ ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି ଏବଂ ସେ ତାଙ୍କ ସହ ଜୟପୁରର ଏକ ହୋଟେଲରେ ରହିଥିଲେ। ଏହାର ପ୍ରମାଣ ପାଇଁ ପତ୍ନୀ ସ୍ୱାମୀଙ୍କ ହୋଟେଲ ବୁକିଂ ରେକର୍ଡ ଓ ମୋବାଇଲ କଲ୍ ବିବରଣୀ ମାଗିଥିଲେ। ପରିବାର କୋର୍ଟ ଏହି ଆବେଦନକୁ ମଞ୍ଜୁର କରିଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଏବଂ ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ସେହି ରାୟକୁ କାଏମ୍ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ