୬ରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ଦୁଇ ନୂଆ ଟ୍ରେନକୁ ଦେଖାଇବେ ସବୁଜ ପତାକା
୬ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୬ ତାରିଖରେ ସକାଳ ୯ଟା ୨୫ ମିନିଟ୍ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବେ।
ସମୀକ୍ଷା ବୈଠକ ପରେ ରେଳମନ୍ତ୍ରୀ ପୁରୀ ଯାଇ ରଥଯାତ୍ରା ପାଇଁ ରେଳ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବେ। ପରେ ପୁରୀ ରେଳ ଷ୍ଟେସନରୁ ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଏହାପରେ ସେ ଟ୍ରେନ ଯୋଗେ ବ୍ରହ୍ମପୁର ଯିବାର ମଧ୍ୟ ସୂଚନା ରହିଛି।
ବ୍ରହ୍ମପୁର ରେଳ ଷ୍ଟେସନରେ ଅପରାହ୍ନ ୪ଟା ୩୦ ମିନିଟ୍ରେ ରେଳମନ୍ତ୍ରୀ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବେ। ଏହି ଟ୍ରେନ ବ୍ରହ୍ମପୁରରୁ ଉଧନା ମଧ୍ୟରେ ପଲାସା, ଶ୍ରୀକାକୁଳମ ରୋଡ୍, ବିଜୟନଗରମ, ରାୟଗଡ଼ା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାୟପୁର, ଦୁର୍ଗ, ନାଗପୁର ଓ ୱାର୍ଦ୍ଧା ସମେତ ୩୫ଟି ଷ୍ଟେସନରେ ରହିବ ।

