Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରି ଗ୍ୟାଙ୍ଗ ପର୍ଦାଫାଶ : ୪ ଅଭିଯୁକ୍ତ ଗିରଫ,ସୁନା ଓ ନଗଦ ଟଙ୍କା ଜବତ |

କଳାହାଣ୍ଡି,୦୫/୦୭
କଳାହାଣ୍ଡି ପୋଲିସ ଧର୍ମଗଡ଼ ସବ୍‌ଡିଭିଜନ ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାର ସଫଳ ପର୍ଦାଫାଶ କରି ସକ୍ରିୟ ଚୋରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଆଧାରରେ ପୋଲିସ ପ୍ରାୟ ୭୮ ଗ୍ରାମ ତରଳା ସୁନା,୪ ଲକ୍ଷ ୪୨ ହଜାର ଟଙ୍କା ନଗଦ ସହ ଗୋଟିଏ ଲୁହା ରଡ଼ ଓ ଲୁହା ହୁକ୍ ଜବତ କରିଛି।
ପୋଲିସ ସୂଚନା ଅନୁସାରେ,ଗୋଲାମୁଣ୍ଡା,କୋକସରା ଓ କେଗାଁ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନେ ସୁନା ଅଳଙ୍କାର,ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ସ୍ୱୀକାର କରିଥିଲେ।ଚୋରି ସୁନାକୁ ସ୍ଥାନୀୟ ରିସିଭରଙ୍କ ନିକଟରେ ବିକ୍ରି କରି ପରିଚୟ ଲୁଚାଇବା ପାଇଁ ତାହାକୁ ତରଳାଇ ଦେଇଥିବା ମଧ୍ୟ ପ୍ରକାଶ କରିଥିଲେ।
ଏହି ସୂଚନା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନକରିଥିଲା। ମାମଲା ଗୁଡ଼ିକ ଗୋଲାମୁଣ୍ଡା,କୋକସରା ଓ କେଗାଁ ଥାନାର ବିଭିନ୍ନ ମାମଲା ସହ ସମ୍ପୃକ୍ତ ବୋଲି ପୋଲିସ କହିଛି।
ଗିରଫ ଅଭିଯୁକ୍ତମାନେ ହେଲେ କେଦାରନାଥ ଦାସ (୪୬),ରାକେଶ ବାଗ (୨୪)ଦୁର୍ଯୋଧନ ହରିଜନ (୫୨) ଏବଂ ରାମା ସଗରିଆ ଅର୍ଥାତ୍ ରାମ ହରିଜନ ଓରଫ ରାଜୁ।ଏହା ସହ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲିମସେର ଗ୍ରାମର ଝସକେତନ ମେହେରଙ୍କୁ ଚୋରି ସାମଗ୍ରୀର ରିସିଭର ଭାବେ ଚିହ୍ନଟ କରାଯାଇଛି।ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରାରେ ମାମଲା ରୁଜୁ କରି ଶନିବାର ସେମାନଙ୍କୁ ଧର୍ମଗଡ଼ ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିବା କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ