Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିବେକାନନ୍ଦ ଙ୍କ ମହାସମାଧି ଦିବସ ପାଳିତ।

କଳାହାଣ୍ଡି,୦୫/୦୭
ଭବାନୀପାଟଣା ସହରସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ସ୍ୱାମୀ ବିବେକାନନ୍ଦ ଙ୍କ ମହାସମାଧି ଦିବସ ପାଳିତ ହୋଇଯାଇଛି | ଭାରତ ର ମହାନ ଦାର୍ଶନିକ ସ୍ୱାମୀ ବିବେକାନନ୍ଦ ୧୯୦୨ ମସିହା ଜୁଲାଇ ୪ ତାରିଖ ଗଭୀର ଧ୍ୟାନରେ ଲୀନ ଥିବାବେଳେ ସେ ଇହଲୀଳା ସମ୍ଭରଣ କରିଥିଲେ | ତାଙ୍କର ଏହି ପବିତ୍ର ତିରୋଧାନ ଦିବସ କୁ ମହାସମାଧି ଦିବସ ଭାବରେ ପାଳନ କରାଯାଇଥାଏ |ଭାରତ ର ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତିକୁ ବିଶ୍ୱ ଦରବାର ରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅତୁଳନୀୟ | ମାନବ ସେବା ହିଁ ମାଧବ ସେବା ଓ ଦୀନ, ଦରିଦ୍ର ଏବଂ ନିଷ୍ପେସିତଙ୍କ ସେବା କରିବା ହିଁ ପ୍ରକୃତ ଈଶ୍ୱର ଆରାଧନା | ଯୁବ ଶକ୍ତି ଦେଶର ମେରୁଦଣ୍ଡ ଉଠ, ଜାଗ, ଲକ୍ଷ୍ୟ ସ୍ଥଳ ରେ ନ ପହଞ୍ଚିବା ଯାଏଁ ଅଟକ ନାହିଁ ବୋଲି ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସମାଜସେବୀ ପ୍ରସନ୍ନ କୁମାର ପଟ୍ଟନାୟକ ସଂମାନ୍ନୀତ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ