Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକ ସହ ମିଶି ରଚିଲେ ହତ୍ୟା ଷଡ଼ଯନ୍ତ୍ର, ସ୍ୱାମୀଙ୍କୁ ହତ୍ୟା କଲେ ନବବିବାହିତା

ହରିୟାଣାର ଗୁରୁଗ୍ରାମରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନିଖୋଜ ହେବାର ଦୁଇ ଦିନ ପରେ ୨୧ ବର୍ଷୀୟ ମୋନୁଙ୍କ ମୃତଦେହ ରେୱାରୀର ଏକ କେନାଲରୁ ଉଦ୍ଧାର କରାଯାଇଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ନବବିବାହିତା ପତ୍ନୀ ତନ୍ନୁ ନିଜ ପ୍ରେମିକ ଏବଂ ତାଙ୍କ ସହଯୋଗୀଙ୍କ ସହ ମିଶି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ। ଏହି ଘଟଣାରେ ତନ୍ନୁ ଓ ହରିଓମ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରେମିକ ସୋନୁ ଓ ତାଙ୍କ ସହଯୋଗୀ ଅମନ ଏବେ ବି ଫେରାର ଅଛନ୍ତି।

ପୋଲିସ ସୂଚନା ଅନୁସାରେ, ଗତ ଜୁନ୍ ୮ ତାରିଖ ରାତିରେ ମୋନୁ ଔଷଧ କିଣିବାକୁ ଘରୁ ବାହାରିଥିଲେ, କିନ୍ତୁ ବହୁ ସମୟ ବିତିଯାଇଥିଲେ ମଧ୍ୟ ଆଉ ସେ ଘରକୁ ଫେରିନଥିଲେ। ତେଣୁ ତା ପରଦିନ ପରିବାର ଲୋକେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଏହାପରେ ଜୁନ୍ ୧୦ ତାରିଖରେ ତାଙ୍କ ମୃତଦେହ କେନାଲରୁ ମିଳିଥିବା ବେଳେ ସ୍କୁଟରଟି କେନାଲ ନିକଟରେ ପଡ଼ିଥିଲା। ତଦନ୍ତରୁ ଜଣାପଡିଛିଯେ,ବିବାହ ପୂର୍ବରୁ ତନ୍ନୁଙ୍କର ସୋନୁଙ୍କ ସହ ପ୍ରେମ ସମ୍ପର୍କ ଥିଲା ଏବଂ ସେ ଏହି ବିବାହରେ ଖୁସି ନଥିଲେ। ଏହାପରେ ସ୍ୱାମୀଙ୍କୁ ହତ୍ୟା କରିବାକୁ ସେମାନେ ଯୋଜନା କରିଥିବା ପୋଲିସ କହିଛି।

ତଦନ୍ତ ଅନୁଯାୟୀ, ତନ୍ନୁ ମୋନୁଙ୍କୁ କସୋଲି ଗ୍ରାମକୁ ଡାକିଥିଲେ। ସେଠାରେ ସୋନୁଙ୍କ ସହଯୋଗୀମାନେ ମୋନୁଙ୍କ ପାଟି ଓ ନାକ ଚାପି ଧରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କିମ୍ବା ସେ ଅଚେତ ହୋଇଯାଇଥିବା ସନ୍ଦେହ କରାଯାଉଛି। ଏହାପରେ ଅଭିଯୁକ୍ତମାନେ ତାଙ୍କୁ କେନାଲରେ ଫିଙ୍ଗି ଚାଲି ଯାଇଥିଲେ । ତେବେ ଫରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ