Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଦେବଙ୍କ କୃପାରୁ ଚମକିବ ଏହି ରାଶିଙ୍କ ଭାଗ୍ୟ, ୪ ରାଶିଙ୍କୁ ସତର୍କ ରହିବାକୁ ପରାମର୍ଶ

ଆଜି ହେଉଛି ଆଷାଢ଼ ମାସର କୃଷ୍ଣପକ୍ଷର ଷଷ୍ଠୀ ତିଥି ଏବଂ ସୋମବାର। ଦିନ ୧ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଷଷ୍ଠୀ ତିଥି ରହିବ। ସେହିପରି ଦିନ ୩ଟା ୫୧ ମିନିଟ୍ ପର୍ଯ୍ୟନ୍ତ ସୌଭାଗ୍ୟ ଯୋଗ ଏବଂ ସନ୍ଧ୍ୟା ୪ଟା ୮ ମିନିଟ୍ ପର୍ଯ୍ୟନ୍ତ ପୂର୍ବା ଭାଦ୍ରପଦ ନକ୍ଷତ୍ର ରହିଛି। ଆଜି ଭଦ୍ରା ଓ ପଞ୍ଚକର ପ୍ରଭାବ ମଧ୍ୟ ରହିଥିବାରୁ କିଛି ରାଶି ପାଇଁ ଦିନଟି ଶୁଭ ଥିବାବେଳେ ଅନ୍ୟ କିଛି ରାଶିକୁ ସତର୍କ ରହିବାକୁ ପଡ଼ିବ।

ଆସନ୍ତୁ ଜାଣିବା ଆଜିର ୧୨ ରାଶିର ରାଶିଫଳ ବିଷୟରେ…

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ | ପରିବାରର ସହଯୋଗ ମିଳିବ। ଧନଲାଭର ମଧ୍ୟ ସମ୍ଭାବନା ରହିଛି। ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ବୃଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଆଜି ବେଶ ଶୁଭ ରହିଛି | ପରିବାରରେ ସୁଖ-ଶାନ୍ତି ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ।

ମିଥୁନ: ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ସରକାରୀ କାମରେ ସଫଳତା ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଦିନଟି ଆଜି ଶୁଭ ରହିଛି | ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ମିଳିପାରେ । କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ କ୍ଲାନ୍ତି ଅନୁଭବ କରିପାରନ୍ତି।

ସିଂହ: ସିଂହ ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟରରେ ଦିଗରେ ଭଲ ସୁଯୋଗ ମିଳିବ। ପରିବାରରେ ସୁଖ ବଢ଼ିବ। କାମକୁ ଅବହେଳା ନ କରି ନିଜ କର୍ମ କରି ଚାଲନ୍ତୁ ।

କନ୍ୟା: ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆର୍ଥିକ ଲାଭ ହେବ। ବନ୍ଧୁଙ୍କ ସହଯୋଗ ମିଳିବ।

ତୁଳା: ବ୍ୟବସାୟରେ ନିଜ ନିଷ୍ପତ୍ତି ଉପରେ ଭରସା ରଖନ୍ତୁ। ପୁରୁଣା ବିବାଦରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନଜର ନିୟନ୍ତ୍ରଣ ରଖନ୍ତୁ।

ବିଛା: ମାନସିକ ଶାନ୍ତି ମିଳିବ। ପରିବାର ସହ ଭଲ ସମୟ କାଟିବେ। ଆର୍ଥିକ ସ୍ଥିତି ମଜବୁତ ରହିବ।

ଧନୁ: ରାଜନୀତି ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଅନ୍ୟଙ୍କ ବ୍ୟକ୍ତିଗତ ବିଷୟରେ ହସ୍ତକ୍ଷେପ କରନ୍ତୁ ନାହିଁ।

ମକର: ଭଲ ଖବର ମିଳିପାରେ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ନୂଆ କାମ ଆରମ୍ଭ କରିବାକୁ କିଛି ଦିନ ଅପେକ୍ଷା କରନ୍ତୁ।

କୁମ୍ଭ: କୋର୍ଟ-କଚେରୀ ମାମଲାରେ ଅଗ୍ରଗତି ହେବ। ବ୍ୟବସାୟରେ ଲାଭ ମିଳିବ। ସମାଜରେ ପ୍ରତିଷ୍ଠା ବଢ଼ିବ।

ମୀନ: ଅଟକିଥିବା କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ, ନଚେତ୍ ବିବାଦ ହୋଇପାରେ।

ଆଜି କେଉଁ ୪ ରାଶି ରହିବେ ସତର୍କ?
ଆଜିର ଗ୍ରହ-ନକ୍ଷତ୍ର ସ୍ଥିତି ଅନୁଯାୟୀ ତୁଳା, ଧନୁ, ମକର ଓ ମୀନ ରାଶିର ବ୍ୟକ୍ତିମାନେ ନିଜର କଥାବାର୍ତ୍ତା, ନିଷ୍ପତ୍ତି ଓ ଆର୍ଥିକ ମାମଲାରେ ବିଶେଷ ସତର୍କ ରହିବା ଭଲ। ସେହିପରି ମେଷ, ବୃଷ, ମିଥୁନ ଓ କର୍କଟ ରାଶିଙ୍କ ପାଇଁ ଦିନଟି ଅଧିକ ଶୁଭ ଓ ଲାଭଦାୟକ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ