Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର ହୁଣ୍ଡି ଅଡିଟକୁ ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସଙ୍ଗୀନ ଅଭିଯୋଗ, ଏସଆଇଟି ତଦନ୍ତ ଦାବି

ରାମ ମନ୍ଦିରର ଦାନ ଅର୍ଥ ହେରଫେର ହେବା ଘଟଣା ପରେ ଏବେ ପୁରୀ ମନ୍ଦିରର ଦାନ ହୁଣ୍ଡିକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି | ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ , ନିୟମ ଅନୁସାରେ ଶ୍ରୀମନ୍ଦିରର ଦାନ ହୁଣ୍ଡିର ପ୍ରତିବର୍ଷ ଅଡିଟ ହୋଇ ତାହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯିବାର କଥା। କିନ୍ତୁ ଦୀର୍ଘ ୨୦୧୫ ମସିହା ପରଠାରୁ କୌଣସି ଅଡିଟ ରିପୋର୍ଟ ସାର୍ବଜନୀନ ହୋଇନଥିବା ନେଇ ସେ ଅଭିଯୋଗ ଆଣିଛନ୍ତି |ରାମ ମନ୍ଦିର ଓ ବଦ୍ରିନାଥ ମନ୍ଦିରର ଦାନ ହୁଣ୍ଡିକୁ ନେଇ ଉଠିଥିବା ପ୍ରସଙ୍ଗ ପରେ ଏବେ ଶ୍ରୀମନ୍ଦିର ହୁଣ୍ଡିକୁ ନେଇ ମଧ୍ୟ ଉଠିଛି ବଡ ପ୍ରଶ୍ନ ।

ସେ କହିଛନ୍ତି ଯେ, ୨୦୧୫ ମସିହାର ଅଡିଟ ରିପୋର୍ଟରେ କିଛି ଅନିୟମିତତା ଥିବା କଥା ଜଣାପଡ଼ିଥିଲା। ସେହି ପରିସ୍ଥିତିରେ ତା’ ପରବର୍ତ୍ତୀ ବର୍ଷଗୁଡ଼ିକର ଅଡିଟ ରିପୋର୍ଟ ସାର୍ବଜନୀନ ନ ହେବା ଆହୁରି ସନ୍ଦେହ ସୃଷ୍ଟି କରୁଛି। ତେଣୁ ଦାନ ହୁଣ୍ଡିର ଆୟ, ପରିଚାଳନା ଏବଂ ଅଡିଟ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏସଆଇଟି ତଦନ୍ତ ମାଧ୍ୟମରେ ଦାନ ହୁଣ୍ଡି ସମ୍ପର୍କିତ ସମସ୍ତ ତଥ୍ୟର ସତ୍ୟାସତ୍ୟ ଉନ୍ମୋଚନ କରାଯାଉ। ଯଦି ତଦନ୍ତରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ନରସିଂହ ମିଶ୍ରଙ୍କ ଏହି ଦାବି ପରେ ଶ୍ରୀମନ୍ଦିର ଦାନ ହୁଣ୍ଡିର ସ୍ୱଚ୍ଛତା ଓ ପରିଚାଳନାକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ