Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂକ୍ରିଟ ରାସ୍ତା ରୁ ମାଟି କାଦୁଅ ସଫା କଲେ ମାଝୀଗୁଡା ଗ୍ରାମ ଯୁବଗୋଷ୍ଠି।

କଳାହାଣ୍ଡି,୦୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ବଡରଣାପଡା ଠାରୁ ଚାରିଛକ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଉପରେ ଅଳ୍ପ ବର୍ଷା ହେଲେ କାଦୁଅ ହେବା ଫଳରେ ଛାତ୍ରଛାତ୍ରୀ,ଗ୍ରାମବାସୀ ଯାତାୟାତ ରେ ଅନେକ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଅନେକ ସମୟରେ ବାଇକ ଚାଳକ ମାନେ ଦୁର୍ଘଟଣା ର ଶିକାର ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗ୍ରାମ ର ସମାଜସେବି ମୁକୁନ୍ଦ ହଂସ ଙ୍କ ନେତୃତ୍ୱରେ ଗ୍ରାମ ର ଯୁବଗୋଷ୍ଠି ଏକାଠି ହୋଇ କଂକ୍ରିଟ ରେ ଥିବା ମାଟି କାଦୁଅ କୁ ସଫା କରିଛନ୍ତି।ଅଭିଯୋଗ ମତେ ଗତ କିଛିମାସ ତଳେ ମାଝୀଗୁଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର ଚତୁର୍ପାର୍ଶ୍ୱ ରେ ଜୈ ନିକ ଠିକାଦାର ମାଟି ପକାଇଥିଲେ।ଟ୍ରାକଟର ରେ ମାଟି ଓଭର ଲୋଡ କରି ଆଣିବା ସମୟରେ ମାଟି ରାସ୍ତା ରେ ପଡିଥିଲା, କାମ ସରିବା ପରେ ଠିକାଦାର ଆଉ ମାଟି ସଫା ନକରି ନିଜ କାମ ସାରିଦେଲେ। ଏବେ ବର୍ଷା ହେବାରୁ କଂକ୍ରିଟ ରାସ୍ତାରେ କାଦୁଅ ହୋଇ ରାସ୍ତାରେ ଯାତାୟାତ କରୁଥିବା ଗ୍ରାମବାସୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ରବିବାର ବଡରଣାପଡା ଠାରୁ ଚାରିଛକ ବନ୍ଦତଲିଆ ପଡା ପର୍ଯ୍ୟନ୍ତ ପଡିଥିବା ମାଟି କାଦୁଅ ରଣାପଡା ର ଯୁବଗୋଷ୍ଠି ସୁବାସ ରଣା,ଦୁଷ୍ମନ୍ତ ରଣା,ଲମ୍ବୁ ରଣା,ଆକାଶ ରଣା,ହରି ରଣା,ମହାବୀର ରଣା,ଯୋଗିନ୍ଦ୍ର ରଣା,ବିପିନ୍ଦ୍ର ରଣା,ତ୍ରିନାଥ ପୁଞ୍ଜି ଓ ଅନ୍ୟ ଯୁବକ ଙ୍କ ସହଯୋଗରେ କାଦୁଅ ମାଟି ସଫା କରାଯାଇଛି। ଯୁବକ ମାନଙ୍କ ଏହି କାର୍ଯ୍ୟ କୁ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ