ବିପଦପୂର୍ଣ୍ଣ ଗଛ ହଟାଇଲେ ଅଗ୍ନିଶମ କର୍ମଚାରୀ।
କଳାହାଣ୍ଡି,୦୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା ଗାଈଗୋରୁ ଙ୍କ ଚିକିତ୍ସା ପାଇଁ ରହିଥିବା ଆଜବେଷ୍ଟର ଘର ଉପରେ ଏକ ଶୁଖିଲା ଗଛ ଦୀର୍ଘବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଗତ ସପ୍ତାହରେ ଏହି ଗଛ ଟି ଭାଙ୍ଗି ଆଜବେଷ୍ଟର ଉପରେ ପଡିଥିଲା। ଫଳରେ ତଳେ ଗାଈଗୋରୁ ଙ୍କ ଚିକିତ୍ସା କରୁଥିବା ପ୍ରାଣୀଧନ କର୍ମଚାରୀ ମାନେ ଭୟଭୀତ ଅବସ୍ଥାରେ କାର୍ଯ୍ୟ କରୁଥିଲେ। ଏନେଇ ସ୍ଥାନୀୟ ବିଭିଓ ପ୍ରସନ୍ନ କୁମାର ପରିଡା ଅଗ୍ନିକାଣ୍ଡ ବିଭାଗ ଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଓ କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ,ଲଳିତ ପୁଟେଲ,ହେମନ୍ତ ନାଏକ,ଦିଗାମ୍ବର ଶବର, ଦେବାଶିଷ ମହାପାତ୍ର ପ୍ରମୁଖ ପହଞ୍ଚି ଘର ଉପରେ ପଡିଥିବା ଗଛ କୁ କାଟି ସଫା କରିଥିଲେ।ଫଳରେ ପ୍ରାଣୀଧନ ଚିକିତ୍ସା ଯୋଗାଉଥିବା କର୍ମଚାରୀ ମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି ଓ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଥିଲେ।

