Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଣୀ ଚିକିତ୍ସାଳୟ କୁ ରାସ୍ତା ନାହିଁ, କାଦୁଅ ରାସ୍ତା ଦେଇ ଯାତାୟାତ,ରାସ୍ତା ନିର୍ମାଣ ଦାବି।

କଳାହାଣ୍ଡି,୦୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ରେ ଥିବା ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ଗତବର୍ଷ ନୂତନ ଭାବେ ନିର୍ମାଣ ହୋଇଥିବା ବେଳେ ଚିକିତ୍ସାଳୟ କୁ ଯିବାପାଇଁ ନିୟମିତ ରାସ୍ତା ନିର୍ମାଣ କରା ଯାଇନାହିଁ,ଫଳରେ ପ୍ରତିଦିନ ନିଜର ଗୃହପାଳିତ ପଶୁ ସମ୍ପଦ ଗାଈଗୋରୁ,ଛେଳିମେଣ୍ଡା ଚିକିତ୍ସା ପାଇଁ ଆସୁଥିବା ଲୋକେ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ବର୍ଷା ଦିନରେ ରାସ୍ତା ଟି କାଦୁଅ ହୋଇ ପଡିଛି ।ଏନେଇ ବ୍ଲକ ଗୋଷ୍ଠି ପ୍ରାଣି ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପରିଡା ଙ୍କ ପ୍ରତିକ୍ରିୟା ନେବାରୁ ରାସ୍ତା ନିର୍ମାଣ ପାଇଁ ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚ ଙ୍କ ସହ ଆଲୋଚନା କରିଛି ରାସ୍ତା ନିର୍ମାଣ ପାଇଁ କଥା ଦେଇଛନ୍ତି ବୋଳି କହିଛନ୍ତି।ତେବେ ପ୍ରାଣି ଚିକିତ୍ସାଳୟ କୁ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ