Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମପ୍ରବାହ ରୁ ଲୋକଙ୍କୁ ଆଶ୍ବସ୍ତି; ନଳକୂପ ଖନନ କରି ଜଳକଷ୍ଟ ଦୂର କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା:  ପ୍ରବଳ ଗ୍ରୀଷ୍ମପ୍ରବାହ ରୁ ପାଣି ମୁନ୍ଦାଏ ପାଇଁ ଡ଼ହକବିକଲ ହେଉଥିଲେ ଟେମରା ପଞ୍ଚାୟତ ସିର୍ଲିଗୁଡା ଗାଁ ର ୬ ପଡା ର ଗ୍ରାମବାସୀ। ଏନେଇ ଗ୍ରାମବାସୀ ମାନେ ପୂର୍ବରୁ ଅନେକ ଥର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲେ। ଏନେଇ ଗତ ସପ୍ତାହରେ ସ୍ଥାନୀୟ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଜଣାଇବା ପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ତ୍ୱରିତ ପଦକ୍ଷେପ ନେଇ ସିର୍ଲିଗୁଡା ଗାଁ ର ୬ ଗୋଟି ପଡା ଚନ୍ଦନ ପଡା, ବଜାରପଡା, ଗୌନ୍ତିଆ ପଡା, ତେତେଲପଡା, ହରିଜନ ପଡା, ସ୍କୁଲ ପଡା ରେ ନଳକୂପ ଖନନ କରି ଗାଁ ଲୋକଙ୍କ ଜଳକଷ୍ଟ ଦୁର କରିବା ସହ ଗାଁ ଲୋକଙ୍କ ମୁହଁରେ ଖୁସି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ