Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସଵ।

କଳାହାଣ୍ଡି,୨୫/୧୦
କୋକସରା ବ୍ଲକ ଲଡୁଗାଁ ଠାରେ ଆୟୋଜିତ ହୋଇଥିବା ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାର ଦୁର୍ଗାପୂଜା କୁ ସୁଚାରୁ ରୂପେ ସଫଳ ରୂପାୟନ କରିଥିବା ଆୟୋଜକ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଲଡୁଗାଁ ଶିବ ଶଙ୍କର ରାଇସ ମିଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗା ପୂଜା କମିଟିର ସଭାପତି ମନୋଜ କୁମାର ଅଗ୍ରୱାଲ ଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳା ଓ ସଫଳ ରୂପାୟନ ଦେଇ ଆୟୋଜିତ କରିଥିବା କମିଟି ପକ୍ଷରୁ ଅଞ୍ଚଳ ର ଜନ ସାଧାରଣ ଙ୍କୁ ଧନ୍ୟବାଦ ଜଣାଇବା ସହ ଚଳିତ ବର୍ଷ ପୂଜାକର୍ତ୍ତା ଥିବା ଲଡୁଗାଁ ର ଯୁବ ଶିଳ୍ପପତି ରାଜେଶ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମନୀଷା ଅଗ୍ରୱାଲ, ନାରୀ କମିଟି ସଦସ୍ୟା ଙ୍କୁ ପୂଜା କମିଟି ର କର୍ମକର୍ତ୍ତା ସମେତ ଓ ଲଡୁଗାଁ ଗ୍ରାମବାସୀ ଙ୍କ ପକ୍ଷରୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶାରଦୀୟ ଦୁର୍ଗାପୂଜା କମିଟି ଲଡୁଗାଁ ସଭାପତି ମନୋଜ କୁମାର ଅଗ୍ରୱାଲ, ଉପ ସଭାପତି ମୋହନ ଚରଣ ଦାସ, ସମ୍ପାଦକ କଂହେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ,କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ,ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ଜିତେନ୍ଦ୍ର ମାଝୀ, ସହ ସମ୍ପାଦକ ରବୀନ୍ଦ୍ର ନାରାୟଣ ଦାସ, ଧ୍ଵଜ ମହାନନ୍ଦ, ଉପଦେଷ୍ଟା ଶ୍ରୀମନ୍ତ ପାଢ଼ୀ,କିଶୋର ଚନ୍ଦ୍ର ଦାସ ଗୁଣନିଧି ବାଗ,ପଙ୍କଜ ମୁଖ ଚୌଧୁରୀ ସମେତ ସଦସ୍ୟ ଜୟ ଭଗବାନ ଅଗ୍ରୱାଲ,ଅରୁଣ ଗୋୟଲ,ବିରେନ୍ଦ୍ର ନାରାୟଣ ଦାସ,ନାନକ ଅଗ୍ରୱାଲ, ମଜୁ ଅଗ୍ରୱାଲ,ରୋନକ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,ପଙ୍କଜ ଅଗ୍ରୱାଲ, ସୁରଞ୍ଜନ ଦାସ,ସନ୍ତୋଷ ଦାସ, ସମେତ ଲଡୁଗାଁ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ