ଗାଁ ମାଟି ରେ ଯବାନ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରେଜିମେଣ୍ଟ ଯବାନ ଗ୍ରାମବାସୀ ।
କଳାହାଣ୍ଡି,୨୪/୧୦
ଦେଶସେବା ରେ ନିଜ ଜୀବନ କୁ ସମର୍ପିତ କରି ୧୯୯୭ ରେ କୋହିମା ରେ ଗୁଳିବଦ୍ଧ ହୋଇ ମଧ୍ୟ ଶତ୍ରୁ କୁ ପରାଜୟ କରିଥିଲେ, ସେହି ପୁଅ ମାଁ ର ଶ୍ରାଦ୍ଧ ପାଇଁ ଗାଁ କୁ ଛୁଟି ରେ ଆସିଥିଲେ, କିନ୍ତୁ ଏକ ସଡକ ଦୂର୍ଘଟଣା ରେ ଚାଲିଗଲା ଯବାନ ଙ୍କ ଜୀବନ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସରୋଜ କୁମାର ଶବର ୨୯ ଆସାମ ରାଇଫଳ ରେ ହାବିଲଦାର ଭାବେ ନାଗାଲାଣ୍ଡ ଜୋନୋବୋଟୋ ସେନା ବାହିନୀ କ୍ୟାମ୍ପ ରେ ନିୟୋଜିତ ଥିଲେ।କିନ୍ତୁ।କିଛିଦିନ ପୂର୍ବରୁ ସେ ଗାଁ କୁ ସ୍ୱର୍ଗତା ମା ଙ୍କ ଶ୍ରାଦ୍ଧ ପାଇଁ ଛୁଟି ରେ ଆସିଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଗୁରୁବାର ମୃତ୍ୟୁ ହୋଇଥିଲା। ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସେ ପ୍ରଥମ ଯବାନ ଭାବେ ସେନା ବାହିନୀ ରେ ଯୋଗ ଦେଇଥିଲେ। ସେ ଯେତେବେଳେ ଗାଁ କୁ ଛୁଟି ରେ ଆସିଲେ ଗ୍ରାମ ର ଯୁବକ ଙ୍କୁ ଭାରତୀୟ ସେନା ବାହିନୀ ରେ ଯୋଗ ଦେବାକୁ ଉତ୍ସାହିତ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ। ତାଙ୍କର ଏହି ପ୍ରୟାସ ରେ ଗ୍ରାମ ର ୮/୧୦ ଯୁବକ ଏବେ ସେନା ବାହିନୀ ରେ ଭର୍ତ୍ତି ହୋଇ ଦେଶସେବା ରେ ନିୟୋଜିତ ଅଛନ୍ତି। ସଡକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଆସାମ ରାଇଫଳ ରେଜିମେଣ୍ଟ କୁ ସୂଚନା ଦେଇଥିଲେ। ଏହାପରେ ସାଥି ଯବାନ ଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ତୋଫ ସଲାମୀ ଦେବାକୁ ଗୋପାଳପୁର ସେନା କ୍ୟାମ୍ପ ରୁ ଏଏଡି ରେଜିମେଣ୍ଟ ପକ୍ଷରୁ ୨୦ ଜଣ ଯବାନ ଙ୍କ ଟିମ ସଦସ୍ୟ ଚିକିଲି ଗ୍ରାମ ରେ ପହଞ୍ଚି ତାଙ୍କ ବାସଭବନ ରେ ଦିବଂଗତ ଯବାନ ଙ୍କ ପାର୍ଥିବ ଶରୀର ରେ ଜାତୀୟ ପତାକା ରେ ଶ୍ରଦ୍ଧାଞ୍ଜଳି ଦେବାସହ ସେନା ବାହିନୀ ର ଗାଡି ରେ ମର ଶରୀର କୁ ନେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଗାର୍ଡ ଅଫ ଅନର ଦେବାସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଧର୍ମଗଡ଼ ଉପଖଣ୍ଡ ଏସଡିପିଓ ଭର୍ଷିତା ଆଡେପୁ,କୋକସରା ଥାନା ଅଧିକାରୀ ଡମ୍ବରୁଧର ଭତରିଆ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।ଯବାନ ଙ୍କ ଶବଧାର ରେ ହଜାର ହଜାର ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯବାନ ଙ୍କ ଶବଧାର କୁ ସମ୍ମାନ ଜଣାଇ ଗ୍ରାମବାସୀ ମାନେ ରାସ୍ତା କଡରେ ବିର ଯବାନ ଅମର ରହେ ନାରା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ମୃତ ଯବାନ ଙ୍କ ପାର୍ଥିବ ଶରୀର କୁ ଗ୍ରାମ ନିକଟସ୍ଥ ନଦୀ ମଶାଣି ପର୍ଯ୍ୟନ୍ତ ନିଆ ଯାଇଥିବଲା। ସେଠାରେ ସେନା ବାହିନୀ ରେଜିମେଣ୍ଟ ର ମେଜର,ସୁବେଦାର ଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ପରେ ଯବାନ ଙ୍କ ବିରତ୍ୱ ଓ ଦେଶସେବା କୁ ସମ୍ମାନ ଜଣାଇ ସେନା ବାହିନୀ ପକ୍ଷରୁ ତୋଫ ସଲାମୀ ଦିଆଯାଇଥିଲା।ଗାଁ ମାଟି ର ବିର ଯବାନ କୁ ହରାଇ ଆତ୍ମୀୟ ସ୍ୱଜନ,ଗ୍ରାମବାସୀ ଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

