Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ଖରାରେ ବି ମିଳିବ ଥଣ୍ଡା ପାଣି! ଛାତ ଟାଙ୍କି ପାଇଁ ଆସିଲା ଇନସୁଲେଟେଡ୍ କଭର!

ଖରାଦିନେ ଛାତ ଉପରେ ଟାଙ୍କିରେ ରହୁଥିବା ପାଣି ଶୀଘ୍ର ଗରମ ହୋଇଯାଏ | ଯାହା ଏକ ବଡ ସମସ୍ୟା ହୋଇଥାଏ | ଖାସ କରି ଦ୍ବିପହର ସମୟରେ ନଳରୁ ବାହାରୁଥିବା ପାଣି ଏତେ ଗରମ ହୋଇଯାଏ ଯେ, ତାହା ବ୍ୟବହାର କରିବା କଷ୍ଟକର ହୋଇପଡ଼େ। ତେବେ ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ବର୍ତ୍ତମାନ ଇନସୁଲେଟେଡ୍ ଥର୍ମାଲ ୱାଟର ଟ୍ୟାଙ୍କ କଭର ଉପଲବ୍ଧ ରହିଛି। ଏହି କଭର ସୂର୍ଯ୍ୟଙ୍କ ପ୍ରଖର କିରଣକୁ ଅଟକାଇ ଟାଙ୍କି ଭିତର ପାଣିର ତାପମାତ୍ରାକୁ ସାଧାରଣ ରଖିବାରେ ସହାୟକ ହୁଏ।

ତେବେ ଏହି ଟାଙ୍କିର କଭର କିଭଳି ଭାବରେ କାମ କରେ? ଭଲ ଗୁଣବତ୍ତାର ଟାଙ୍କି କଭର ସାଧାରଣତଃ ୩-ଲେୟାର୍ ବିଶିଷ୍ଟ ହୋଇଥାଏ। ଏଥିରେ ଆଲୁମିନିୟମ୍ ଫଏଲ୍ ଓ ଫୋମ୍ ବ୍ୟବହାର କରାଯାଇଥାଏ। ଆଲୁମିନିୟମ୍ ଫଏଲ୍ ସୂର୍ଯ୍ୟକିରଣକୁ ପ୍ରତିଫଳିତ କରୁଥିବା ବେଳେ ଫୋମ୍ ଇନସୁଲେସନ୍‌ର କାମ କରିଥାଏ। ଏହା ଫଳରେ ବାହାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଥିଲେ ମଧ୍ୟ ଟାଙ୍କି ଭିତରର ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ। ଏହା ସହ ଟାଙ୍କିକୁ ଅତ୍ୟଧିକ ଖରାରୁ ସୁରକ୍ଷା ଦେଇ ପ୍ଲାଷ୍ଟିକ୍ ଫାଟିଯିବା କିମ୍ବା ଶୀଘ୍ର ଖରାପ ହେବାର ଆଶଙ୍କା ମଧ୍ୟ କମାଇଥାଏ।

ବଜାରରେ ୩୦୦, ୫୦୦ ଓ ୧୦୦୦ ଲିଟର କ୍ଷମତାର ଟାଙ୍କି ପାଇଁ ଭିନ୍ନ ଭିନ୍ନ ଆକାରର କଭର ମିଳୁଛି। କଭରର ଗୁଣବତ୍ତା, ବ୍ରାଣ୍ଡ୍ ଓ ଡିଜାଇନ୍ ଅନୁସାରେ ଏହାର ଦାମ ଭିନ୍ନ ହୋଇଥାଏ। ସାଧାରଣତଃ ୫୦୦ ଲିଟର ଟାଙ୍କି ପାଇଁ ଏକ ଭଲ କଭରର ମୂଲ୍ୟ ୯୦୦ ଟଙ୍କାରୁ ୨୨୦୦ ଟଙ୍କା ମଧ୍ୟରେ ରହିଥାଏ। ପ୍ରିମିୟମ୍ ମଡେଲ୍‌ର ଦାମ ୧୫୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ହାରାହାରି ୧୦୦୦ରୁ ୨୦୦୦ ଟଙ୍କା ମଧ୍ୟରେ ଭଲ ଗୁଣବତ୍ତାର ଟାଙ୍କି କଭର କିଣିହେବ। ଏହା ସ୍ଥାନୀୟ ସାନିଟାରୀ, ହାର୍ଡୱେର୍ ଦୋକାନ ସହ ବିଭିନ୍ନ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ସହଜରେ ଉପଲବ୍ଧ ରହିଛି | ଆପଣ ଏହାକୁ କିଣି ଖୁବ ସହଜରେ ଟାଙ୍କିରେ ବ୍ୟବହାର କରିପାଇବେ ଯାହା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାରୁ ଦୁରେଇ ରହିପାରିବେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ