Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ନିବୀରଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା!

ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତ ଅଗ୍ନିବୀରଙ୍କ ପାଇଁ ହୋଇପାରେ ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ବ୍ୟାଚ ଚାରି ବର୍ଷର କାର୍ଯ୍ୟକାଳ ଶେଷ କରିବାକୁ ଯାଉଥିବାବେଳେ, ସେମାନଙ୍କ ମଧ୍ୟରୁ ସ୍ଥାୟୀ ଭାବେ ସେନାରେ ରଖାଯିବାକୁ ଥିବା ସଂଖ୍ୟା ବଢ଼ାଇବା ନେଇ ତିନୋଟି ସଶସ୍ତ୍ର ବାହିନୀରେ ଆଲୋଚନା ଜୋର ଧରିଛି। ବର୍ତ୍ତମାନ ନିୟମ ଅନୁଯାୟୀ ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁଥିବାବେଳେ, ଏହି ସୀମା ଆଗକୁ ବଢ଼ାଯାଇପାରେ ବୋଲି ସୂଚନା ମିଳିଛି।

ସୂତ୍ର ଅନୁସାରେ, ଭାରତୀୟ ନୌସେନା ପ୍ରାୟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ ଭାବେ ରଖିବା ପ୍ରସ୍ତାବ ଦେଇପାରେ। ସେହିପରି ସେନା ଓ ବାୟୁସେନା ମଧ୍ୟ ବର୍ତ୍ତମାନର ୨୫ ପ୍ରତିଶତ ସୀମାକୁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ସପକ୍ଷରେ ମତ ରଖିପାରନ୍ତି। ତେବେ ସରକାର ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଘୋଷଣା କରାଯାଇନାହିଁ।

ଅଗ୍ନିବୀରମାନେ ଗତ ଚାରି ବର୍ଷ ଧରି ବିଭିନ୍ନ ସାମରିକ ଦାୟିତ୍ୱ ପାଳନ କରି ଆଧୁନିକ ଅସ୍ତ୍ରଶସ୍ତ୍ର ଓ ନୂତନ ପ୍ରଯୁକ୍ତିରେ ଦକ୍ଷତା ହାସଲ କରିଛନ୍ତି। ଏଭଳି ପ୍ରଶିକ୍ଷିତ ଓ ଅଭିଜ୍ଞ ଯବାନଙ୍କୁ ଦୀର୍ଘମିଆଦି ପାଇଁ ସେନାରେ ରଖିବା ଦ୍ୱାରା ସଶସ୍ତ୍ର ବାହିନୀ ଆହୁରି ସୁଦୃଢ଼ ହେବ ବୋଲି ମନେ କରାଯାଉଛି। ଏହି ପ୍ରସଙ୍ଗରେ ତିନୋଟି ବାହିନୀ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଅଗ୍ନିପଥ ଯୋଜନାର ନିଯୁକ୍ତି ପରିସର ମଧ୍ୟ ବଢ଼ୁଛି। ଆଗାମୀ ପ୍ରଶିକ୍ଷଣ ବର୍ଷରେ ପ୍ରାୟ ୯୦ ହଜାର ଖାଲି ପଦ ପାଇଁ ନିଯୁକ୍ତି ଘୋଷଣା ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ