Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜର ସୁରକ୍ଷା ହ୍ରାସ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ପଞ୍ଜାବ ଏବଂ ଦିଲ୍ଲୀରେ ନେବେ ନାହିଁ Z+ ସୁରକ୍ଷା

ନୂଆଦିଲ୍ଲୀ: ନିଜର ସୁରକ୍ଷା ବ୍ୟବସ୍ଥା ହ୍ରାସ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ଵନ୍ତ ମାନ। ତାଙ୍କୁ ଏବେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳୁଥିବା ଜେଡ୍ ପ୍ଲସ୍ ସୁରକ୍ଷାର ଆବଶ୍ୟକତା ନଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଏହି ନିଷ୍ପତ୍ତି ବିଷୟରେ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇ ଦେଇଛନ୍ତି। ମାନ କହିଛନ୍ତି, ପଞ୍ଜାବ କିମ୍ବା ଦିଲ୍ଲୀରେ ଥିବା ସମୟରେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷାର ଆବଶ୍ୟକତା ନାହିଁ। କିନ୍ତୁ ଏହି ଦୁଇ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟ ଗସ୍ତରେ ଗଲେ ତାଙ୍କୁ ଏହି ସୁରକ୍ଷା ଦରକାର ପଡ଼ିବ।

ପଞ୍ଜାବ ସରକାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତାଙ୍କୁ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସୁରକ୍ଷାର ଆବଶ୍ୟକତା ନାହିଁ। ଦୁଇ ପଟୁ ସୁରକ୍ଷାରେ ତ୍ରୁଟି ରହିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏହି ବିଷୟରେ ଅବଗତ କରାଇ ଦିଆଯାଇଛି। ରାଜ୍ୟର ଜନୈକ ଶୀର୍ଷ ଅଧିକାରୀ କହିଛନ୍ତି, ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏବଂ ଅତୀତରେ ଘଟିଥିବା ହତ୍ୟାକାଣ୍ଡକୁ ଦୃଷ୍ଟିରେ ରଖି ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସବୁଠୁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରାପ୍ତ ଲୋକଙ୍କ ତାଲିକାରେ ସାମିଲ୍ କରିବାକୁ କହିଥିଲେ। ଗତ ସପ୍ତାହରେ କେନ୍ଦ୍ର ସରକାର ଭଗଓ୍ଵନ୍ତ ମାନଙ୍କୁ ଦେଶ ଏବଂ ବିଦେଶରୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଉଚ୍ଚତମ ଶ୍ରେଣୀର ସୁରକ୍ଷା ଆଧାରରେ ଜେଡ୍ ପ୍ଲସ ସିକ୍ୟୁରିଟି ପ୍ରଦାନ କରିଥିଲେ। ସୂତ୍ର ଅନୁଯାୟୀ, ରାଜ୍ୟରେ ଏବଂ ଦିଲ୍ଲୀରେ ପାଖାପାଖି ୧୨୦୦ ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାରର ସୁରକ୍ଷାରେ ମୁତୟନ ଅଛନ୍ତି।

More Stories