Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ବାହାରେ ୬ ବର୍ଷର ଶିଶୁକନ୍ୟା ଉପରେ କୁକୁର ପଲର ଆକ୍ରମଣ,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗଞ୍ଜାମ: ରାଜ୍ୟରେ ବୁଲା କୁକୁରଙ୍କ ଆତଙ୍କ ପୁଣି ଚିନ୍ତା ବଢ଼ାଇଛି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ମହାନଳା ଅଞ୍ଚଳରେ ଏକ ଘରୋଇ ସ୍କୁଲ ନିକଟରେ ୬ ବର୍ଷର ଜଣେ ଶିଶୁକନ୍ୟା ଉପରେ ୫ରୁ ୬ଟି ବୁଲା କୁକୁର ଏକାସାଙ୍ଗରେ ଆକ୍ରମଣ କରିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଶିଶୁକନ୍ୟାଟି ସ୍କୁଲରୁ ବାହାରକୁ ପରିଶ୍ରା କରିବାକୁ ଯାଇଥିବା ବେଳେ କୁକୁର ପଲ ହଠାତ୍ ତା’ ଉପରେ ଆକ୍ରମଣ କରିଥିଲେ | କୁକୁରମାନେ ଶିଶୁଟିକୁ କାମୁଡ଼ି ଓ ଝୁଣି ଦେଇଥିବାରୁ ସେ ଗୁରୁତର ଆହତ ହୋଇଥିଲା। ଘଟଣାସ୍ଥଳରେ ଥିବା ଲୋକମାନେ କୁକୁରମାନଙ୍କୁ ଘଉଡ଼ାଇ ଶିଶୁକୁ ଉଦ୍ଧାର କରିଥିଲେ।

ଗୁରୁତର ଆହତ ଶିଶୁକନ୍ୟାକୁ ତୁରନ୍ତ ଆଡ଼ପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେଠାରେ ତା’ର ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଥିବା ବେଳେ ବୁଲା କୁକୁରଙ୍କ ଉପଦ୍ରବ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories