ରେଙ୍ଗାଲପାଲି ୟୁ ପି ସ୍କୁଲରେ ନୂତନ ପରିଚାଳନା କମିଟି ଗଠନ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି l ପ୍ରଧାନଶିକ୍ଷକ ଲଳିତ କୁମାର ନାଏକଙ୍କ ତତ୍ୱାବଧାନରେ ପର୍ଯ୍ୟବେକ୍ଷକ ଭାବେ ବିମଳା ୟୁ ପି ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ଭଇଁରିପାଲି ୟୁ. ଜି. ଏଚ. ଏସ. ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, ସି.ଆର. ସି. ସି ରେଙ୍ଗାଲପାଲି ବେଦବର ନିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ, ଗ୍ରାମ୍ୟ ଶିକ୍ଷାବିତ୍ ଦୁର୍ଲଭ ନାଏକ ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ପତ୍ରାଙ୍କ ନଂ ୭୦୬୩/SMC/୨୬ ତା: ୨୬/୬/୨୬ ଅନୁଯାୟୀ କମିଟି ଗଠନ ପାଇଁ ଅଦ୍ୟ ସଭାରେ ଅତିଥି ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଥିଲେ l ସର୍ବସମ୍ମତି କ୍ରମେ ସଭାପତି ଭାବେ ଜୟରାମ ବାଗ, ଉପସଭାନେତ୍ରୀ ଭାବେ ଟିଲୋତ୍ତମା ନାଏକ, ସଭ୍ୟ ସଭ୍ୟା ଭାବେ ଯାଜ୍ଞସେନୀ ପୁଝାରୀ, ମଧୁ ମାଝୀ, ହର୍ଷିତା ଜାଲ, ସଙ୍ଗୀତା ପ୍ରଧାନୀ, ରବୀନ୍ଦ୍ର ନାଏକ, ଗୌରୀମଣୀ ବାଗ, ଡାଳିମ୍ବ ବାଗ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ l ତତପରେ ପୁନଶ୍ଚ ସ୍କୁଲ ବିଲଡିଂ କମିଟି ଓ ସ୍କୁଲ ଏକାଡେ଼ମିକ କମିଟି ଦୁଇଟି ଗଠନ କରାଗଲା l ସ୍କୁଲ ବିଲଡିଂ କମିଟିରେ ୫ ଜଣ ସଦସ୍ୟ ଥିବା ବେଳେ ସ୍କୁଲ ଏକାଡେ଼ମିକ କମିଟି ରେ ୬ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି।

