ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଅଗଷ୍ଟ ୧ ପର୍ଯ୍ୟନ୍ତ ଏହି ୫ ରାଶି ସତର୍କ ରୁହନ୍ତୁ, ବଢ଼ିପାରେ ସମସ୍ୟା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ହେଉଛନ୍ତି ଧନ, ସୁଖ, ବୈଭବ ଓ ପ୍ରେମର କାରକ | ଏବେ ଶୁକ୍ର ଗ୍ରହ ସିଂହ ରାଶିରେ ପ୍ରବେଶ କରିଛନ୍ତି। ଗତ ଜୁଲାଇ ୪ ତାରିଖ ସନ୍ଧ୍ୟା ୭ଟା ୧୮ ମିନିଟ୍ରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଘଟିଥିବାବେଳେ ସେ ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୯ଟା ୩୩ ମିନିଟ୍ ପର୍ଯ୍ୟନ୍ତ ସିଂହ ରାଶିରେ ରହିବେ। ଏହି ସମୟରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ରଙ୍କ ଅଶୁଭ ପ୍ରଭାବ ପଡ଼ିପାରେ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି।
ବୃଷ ରାଶି: ଏହି ସମୟରେ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | ପରିବାରରେ ମତଭେଦ ବଢ଼ିପାରେ, ଯାହା ମାନସିକ ଚାପର କାରଣ ହେବ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ ଏବଂ ପ୍ରେମ ସମ୍ପର୍କରେ ମଧ୍ୟ ମନୋମାଳିନ୍ୟ ଦେଖାଦେଇପାରେ।
ମିଥୁନ ରାଶି: ସେହିପରି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଓ ଅଧିକ ଚିକିତ୍ସା ଖର୍ଚ୍ଚର ଯୋଗ ରହିଛି। ପରିବାରରେ ଅସନ୍ତୋଷ ଏବଂ ଦାମ୍ପତ୍ୟ ଜୀବନରେ ବିବାଦ ବଢ଼ିପାରେ।
କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟଙ୍କ ପ୍ରରୋଚନାରେ ପଡ଼ି କୌଣସି ଭୁଲ୍ ନିଷ୍ପତ୍ତି ନ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆର୍ଥିକ ଚାପ ଓ ଋଣର ବୋଝ ବଢ଼ିପାରେ। ଜ୍ୟୋତିଷ ମତାନୁସାରେ ଅନ୍ୟ ଦୁଇଟି ରାଶି ଉପରେ ମଧ୍ୟ ଏହି ଗୋଚରର ପ୍ରଭାବ ପଡ଼ିପାରେ। ତେବେ ଏସବୁ ଧାରଣା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

