Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୨୦ ଘଣ୍ଟାର ଅପରେସନ୍ ସଫଳ, ଝାଞ୍ଜ ପାହାଡରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡରେ ନିଖୋଜ ହୋଇଥିବା ଦୁଇ ଯୁବକଙ୍କୁ ଦୀର୍ଘ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ଅଭିଯାନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ରାତିସାରା ଚାଲିଥିବା ଖୋଜାଖୋଜି ପରେ ଉଭୟଙ୍କ ସନ୍ଧାନ ମିଳିଥିଲା।

ସୂଚନା ଅନୁସାରେ, କନସିଂହା ଗ୍ରାମର ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ମଙ୍ଗଳବାର ଝାଞ୍ଜ ପାହାଡ ନିକଟସ୍ଥ କୁଠିଖୋଲ ଅଞ୍ଚଳକୁ ଯାଇଥିବାବେଳେ ରାସ୍ତା ଭୁଲି ନିଖୋଜ ହୋଇଯାଇଥିଲେ। ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପରିବାର ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ଏହାପରେ ବନ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ଓ ଡିଭିଏଫ୍ (DVF) ଟିମ୍ ମିଳିତ ଭାବେ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।

ସନ୍ଧାନ ଅଭିଯାନ ଚାଲିଥିବାବେଳେ ଉଭୟ ଯୁବକ ଛତିଶଗଡ଼ର ବନୁଭଟା ଗାଁରୁ ଫୋନ୍ କରି ନିଜେ ସୁରକ୍ଷିତ ଥିବା ସୂଚନା ଦେଇଥିଲେ। ଏହାପରେ ପଦ୍ମପୁର ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଯୁବକ ଦୁଇଜଣ ସୁସ୍ଥ ଥିବା ଜଣାପଡ଼ିବା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ