Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାନ୍ତ୍ରିକ ତ୍ରୁଟି ଯୋଗୁ ଲାଇନ୍ କଟୁଛି, ତାହା ପାୱାର କଟ୍ ନୁହେଁ; ମନ୍ତ୍ରୀ ପ୍ରତାପ ଦେବ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ଓ ଗୁଳୁଗୁଳି। କଲବଲ ହେଉଛନ୍ତି ରାଜ୍ୟବାସୀ। ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ମଧ୍ୟ ହେଉଛି। ଏହାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ କହିଛନ୍ତି ପୁଣି ଥରେ ରାଜ୍ୟରେ ପାୱାର କଟ୍ ହେଉ ନାହିଁ ।

ସେ କହିଛନ୍ତି ଏବେ କଟୁଥିବା ଲାଇନ୍ ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ୍ କଟୁଛି । ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି କହି ଏହାକୁ ପାୱାର କଟ୍ ବୋଲି କହିବା ଗଣମାଧ୍ୟମର ବଡ଼ ଭୁଲ୍ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ।

ତେବେ ପାୱାର କଟ୍‌ର ସଜ୍ଞା ବୁଝାଇ ମନ୍ତ୍ରୀ କହିଛନ୍ତି ଯଦି ମୋ ପାଖରେ ଯଦି ଆବଶ୍ୟକତା ଅନୁସାରେ ବିଦ୍ୟୁତ୍ ନାହିଁ ଏବଂ ତାକୁ ବାଣ୍ଟିବାକୁ ଯାଇ ମୁଁ ୨ରୁ ୩ ଘଣ୍ଟା କାଟୁଛି, ତାକୁ ପାୱାର କଟ୍ କୁହାଯିବ । ଏବେ ଯେଉଁ ସ୍ଥାନରେ ଲାଇନ୍ କଟୁଛି, ତାହା ଯାନ୍ତ୍ରିକ ତ୍ରୁଟି । ତାହା ପାୱାର କଟ୍ ନୁହେଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ