Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MKCG Medical College: ଏମ୍‌କେସିଜି ମେଡିକାଲରେ କ୍ୟାନ୍ସର ୱାର୍ଡରେ ଖସିଲା ସିଲିଂ, ରୋଗୀ ଆତଙ୍କିତ ଅବସ୍ଥାରେ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କ୍ୟାନ୍ସର ୱାର୍ଡରେ ସିଲିଂ ଖସିବା ଘଟଣା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ବେଡ୍‌ ଉପରେ ସିଲିଂ ଭାଙ୍ଗି ପଡ଼ିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଲଗାତାର ବର୍ଷା ଯୋଗୁଁ ସିଲିଂ ଖସିଥିବା କୁହାଯାଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଯାଞ୍ଚ ପରେ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ଜାଣିବା ପରେ ମେଡିକାଲ ଅଧୀକ୍ଷକ ଡା. ସୁଦୀପା ଦାଶ ଓ ରେଜିଷ୍ଟ୍ରାର ଡା. ଶ୍ୱେତ କୁମାର ଦାଶ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

କେବଳ କ୍ୟାନ୍ସର ୱାର୍ଡ ନୁହେଁ, ମେଡିକାଲର ଅନ୍ୟ କୋଠାଗୁଡ଼ିକର ସିଲିଂ ମଧ୍ୟ ଦୁର୍ବଳ ଥିବା ନେଇ ଅଭିଯୋଗ ଉଠିଛି। ତେଣୁ ହସ୍ପିଟାଲର ସମସ୍ତ ୱାର୍ଡ ଓ କୋଠାର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କରିବାକୁ ଦାବି ହେଉଛି। ରୋଗୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ