Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ଠକେଇ ମାମଲାରେ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ! ଲାଗୁ ହେଲା ‘ଇ-ଜିରୋ ଏଫଆଇଆର’ ବ୍ୟବସ୍ଥା

ସାଇବର ଆର୍ଥିକ ଠକେଇର ଶୀଘ୍ର ତଦନ୍ତ ଏବଂ ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ପୋଲିସ ‘ଇ-ଜିରୋ ଏଫଆଇଆର’ ବ୍ୟବସ୍ଥା ଲାଗୁ କରିଛି। ଡିଜିପି ଯୋଗେଶ ବହାଦୁର ଖୁରାନିଆ କହିଛନ୍ତି, ଏହି ବ୍ୟବସ୍ଥା ମାଧ୍ୟମରେ ସାଇବର ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହେବ।

ନୂଆ ବ୍ୟବସ୍ଥା ଅନୁସାରେ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇର ଶିକାର ହେଲେ ପୀଡ଼ିତମାନେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରିପାରିବେ। ଅଭିଯୋଗ ପଞ୍ଜୀକୃତ ହେବା ସହିତ CCTNS ମାଧ୍ୟମରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହୋଇ ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ।

ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ନିୟମିତ ଏଫଆଇଆର ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ଆବଶ୍ୟକତା ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର କରାଯିବ। ଭବିଷ୍ୟତରେ ଏହି ବ୍ୟବସ୍ଥାକୁ ଆହୁରି ସରଳ ଏବଂ ବ୍ୟାପକ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ