Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ କେଜି ସୁନା, ୯ କେଜି ରୁପା ଓ କୋଟି କୋଟି ଟଙ୍କା ଜବତ; ଅବସରପ୍ରାପ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉରେ ମିଳିଲା ବିପୁଳ ସମ୍ପତ୍ତି

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଛି। ପରିବହନ ବିଭାଗର ପୂର୍ବତନ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ଲଳିତ କୁମାରଙ୍କ ଆଲୀଗଞ୍ଜସ୍ଥିତ ବାସଭବନରେ ଜୁଲାଇ ୭ ଓ ୮ ତାରିଖରେ ହୋଇଥିବା ଚଢ଼ାଉ ସମୟରେ ୧୩ କିଲୋଗ୍ରାମ ସୁନା, ୯ କିଲୋଗ୍ରାମ ରୁପା, ବିପୁଳ ପରିମାଣର ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଠାବ କରାଯାଇଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବରୁ ରୁଜୁ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ତଲାସି ବେଳେ ପ୍ରାୟ ୧.୬୨ କୋଟି ଟଙ୍କା ନଗଦ ସହ ସୁନା, ରୁପା, ଅଳଙ୍କାର, ବିଳାସପୂର୍ଣ୍ଣ ଗାଡ଼ି, ଘର, ପ୍ଲଟ୍, ଦୋକାନ, ଫାର୍ମହାଉସ୍ ଏବଂ ନିବେଶ ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ କରାଯାଇଛି। କେବଳ ସୁନା, ରୁପା ଓ ନଗଦର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତେବେ ଏତେ ପରିମାଣର ସମ୍ପତ୍ତି ଲଳିତ କୁମାର ବୈଧ ଆୟରୁ ହାସଲ କରିଥିଲେ ନା ଦୁର୍ନୀତି ମାଧ୍ୟମରେ ସଂଗ୍ରହ କରିଥିଲେ, ସେନେଇ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି। ଜବତ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦସ୍ତାବିଜ ଯାଞ୍ଚ କରାଯାଉଥିବାବେଳେ, ତଦନ୍ତ ପରେ ସମ୍ପତ୍ତିର ପ୍ରକୃତ ଉତ୍ସ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ