Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟକ୍ ମାର୍କେଟ୍‌ରେ ଜୋରଦାର କମ୍‌ବ୍ୟାକ୍; ୫୧୬ ପଏଣ୍ଟ୍ ବଢ଼ିଲା ସେନସେକ୍ସ, ୨୪ ହଜାର ଟପିଲା ନିଫ୍ଟି

ଆମେରିକା-ଇରାନ ଉତ୍ତେଜନା ସତ୍ତ୍ୱେ ଭାରତୀୟ ଶେୟାର ବଜାରରେ ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି। ବୁଧବାରର ପତନ ପରେ ଗୁରୁବାର ସେନସେକ୍ସ ଓ ନିଫ୍ଟି ଉଭୟ ସୂଚକାଙ୍କ ଦୃଢ଼ ଭାବେ ବୃଦ୍ଧି ପାଇଛି। ସେନସେକ୍ସ ୫୧୬.୧୫ ପଏଣ୍ଟ୍ ବା ୦.୬୭ ପ୍ରତିଶତ ବଢ଼ି ୭୭,୦୧୯.୭୫ରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୧୩୯.୯୦ ପଏଣ୍ଟ୍ ବୃଦ୍ଧି ପାଇ ୨୪,୦୨୧.୯୫ରେ ପହଞ୍ଚିଛି। ଏହା ସହ ନିଫ୍ଟି ପୁଣିଥରେ ୨୪ ହଜାର ସ୍ତର ଅତିକ୍ରମ କରିଛି।

ବଜାର ବିଶେଷଜ୍ଞଙ୍କ ମତରେ, ବୁଧବାର ଆମେରିକା-ଇରାନ ତିକ୍ତତା ଏବଂ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ବଜାର ୨ ପ୍ରତିଶତରୁ ଅଧିକ ଖସିଥିଲା। ତେବେ ପରବର୍ତ୍ତୀ ଦିନ ବିଦେଶୀ ପୁଞ୍ଜି ବିନିଯୋଗକାରୀଙ୍କ କ୍ରୟ ଓ ସକାରାତ୍ମକ ବଜାର ମନୋଭାବ ଯୋଗୁଁ ବଜାରରେ ଦ୍ରୁତ ସୁଧାର ଦେଖିବାକୁ ମିଳିଛି। ଗତ ଚାରି ଦିନ ମଧ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗକାରୀମାନେ ପ୍ରାୟ ୩,୯୫୪ କୋଟି ଟଙ୍କାର ଭାରତୀୟ ଶେୟାର କିଣିଛନ୍ତି।

ଏପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ମୂଲ୍ୟ ବ୍ୟାରେଲ୍ ପିଛା ପ୍ରାୟ ୭୯ ଡଲାରରେ ରହିଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ହର୍ମୁଜ୍ ପ୍ରଣାଳୀରେ ପୁଣି ବାଧା ସୃଷ୍ଟି ହୁଏ ଏବଂ କ୍ରୁଡ୍ ତୈଳ ଦର ୧୦୦ ଡଲାର ଅତିକ୍ରମ କରେ, ତେବେ ଏହା ଭାରତର ଅର୍ଥନୀତି ଓ ଶେୟାର ବଜାର ଉପରେ ଚାପ ସୃଷ୍ଟି କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories