Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଲ୍ UPI ଟ୍ରାନ୍ସଫର୍ ପରେ କଣ କରିବେ? ଷ୍ଟେପ୍-ବାଇ-ଷ୍ଟେପ୍ ଜାଣନ୍ତୁ ଟଙ୍କା ଫେରି ପାଇବାର ଉପାୟ…

ଯଦି ଆପଣ UPI ମାଧ୍ୟମରେ ଭୁଲବଶତଃ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦେଲେ ତେବେ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ସଠିକ୍ ସମୟରେ ଏହି ପଦକ୍ଷେପ ନେଲେ ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ତେବେ ଷ୍ଟେପ୍-ବାଇ-ଷ୍ଟେପ୍ ଜାଣନ୍ତୁ ଟଙ୍କା ଫେରି ପାଇବାର ଉପାୟ…

ଷ୍ଟେପ୍ ୧: ପ୍ରଥମେ ଆପଟିକୁ ଖୋଲନ୍ତୁ | ସେଠାରେTransaction Historyକୁ ଯାଇ ଟ୍ରାଞ୍ଜାକ୍ସନ୍ ସଫଳ ହୋଇଛି କି ନାହିଁ ଦେଖନ୍ତୁ।Transaction ID (UTR) ଲେଖି ରଖନ୍ତୁ।

ଷ୍ଟେପ୍ ୨: UPI ଆପ୍‌ରେ ଅଭିଯୋଗ କରନ୍ତୁ: ଟଙ୍କା ପଠାଇବା ପାଇଁ ଆପଣ PhonePe, Google Pay, Paytm, BHIM କିମ୍ବା ଯେଉଁ ଆପ୍ ବ୍ୟବହାର କରିଛନ୍ତି, ସେଥିରେ ‘Help’, ‘Support’ କିମ୍ବା ‘Raise Complaint’ ବିକଳ୍ପକୁ ଯାଆନ୍ତୁ। ସେଠାରେ ଭୁଲ୍ ଟ୍ରାଞ୍ଜାକ୍ସନ୍ ବାଛି ଅଭିଯୋଗ ଦାଖଲ କରନ୍ତୁ।

ଷ୍ଟେପ୍ ୩: ବ୍ୟାଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁନିଜ ବ୍ୟାଙ୍କର Customer Care କୁ କଲ୍ କରନ୍ତୁ। ଟ୍ରାଞ୍ଜାକ୍ସନ୍ ID, ତାରିଖ, ସମୟ ଓ ଟଙ୍କାର ପରିମାଣ ଜଣାନ୍ତୁ। ଆବଶ୍ୟକ ହେଲେ ନିକଟସ୍ଥ ଶାଖାରେ ଲିଖିତ ଅଭିଯୋଗ କରନ୍ତୁ।

ଷ୍ଟେପ୍ ୪: ପ୍ରାପ୍ତକର୍ତ୍ତାଙ୍କ ସହ ସମ୍ପର୍କ କରନ୍ତୁଯଦି ମୋବାଇଲ୍ ନମ୍ବର କିମ୍ବା ଅନ୍ୟ ସୂଚନା ଥାଏ, ତେବେ ସୌଜନ୍ୟପୂର୍ଣ୍ଣ ଭାବେ ଯୋଗାଯୋଗ କରି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରନ୍ତୁ। ନିଜେ କୌଣସି ଚାପ କିମ୍ବା ବିବାଦ ସୃଷ୍ଟି କରନ୍ତୁ ନାହିଁ।

ଷ୍ଟେପ୍ ୫: NPCIରେ ଅଭିଯୋଗ କରନ୍ତୁ|ବ୍ୟାଙ୍କ କିମ୍ବା UPI ଆପ୍‌ରୁ ସମାଧାନ ନ ମିଳିଲେ NPCIର ଅଭିଯୋଗ ବ୍ୟବସ୍ଥାରେ ଅଭିଯୋଗ ଦାଖଲ କରନ୍ତୁ। ସମସ୍ତ ଟ୍ରାଞ୍ଜାକ୍ସନ୍ ବିବରଣୀ ଓ ପ୍ରମାଣ ଦିଅନ୍ତୁ।

ଷ୍ଟେପ୍ ୬: ଅଭିଯୋଗର ସ୍ଥିତି ଜାଣନ୍ତୁ | Complaint Number ସଂରକ୍ଷଣ କରନ୍ତୁ। ଏହାପରେ ନିୟମିତ ଭାବେ ବ୍ୟାଙ୍କ କିମ୍ବା UPI ଆପ୍‌ରେ ଅଭିଯୋଗର ଅଗ୍ରଗତି ଯାଞ୍ଚ କରନ୍ତୁ। ତେବେ ଭବିଷ୍ୟତରେ ଏଭଳି ଭୁଲ୍ ଏଡ଼ାଇବା ପାଇଁ ଟଙ୍କା ପଠାଇବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କ ନାମ ଓ UPI ID ଭଲ ଭାବେ ଯାଞ୍ଚ କରନ୍ତୁ। କୌଣସି ବଡ଼ ରାଶି ପଠାଇବା ପୂର୍ବରୁ ପ୍ରଥମେ ₹୧ କିମ୍ବା ₹୧୦ ଟେଷ୍ଟ ଟ୍ରାନ୍ସଫର୍ କରନ୍ତୁ। ଏବଂ ମନେ ରଖନ୍ତୁ ନିଜର UPI PIN କାହା ସହିତ ସେୟାର କରନ୍ତୁ ନାହିଁ ଏବଂ ସନ୍ଦେହଜନକ ଲିଙ୍କ୍‌ରୁ ଦୂରେ ରୁହନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ