Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍ ଉପରେ ଚଢ଼ିଗଲା ‘ଆମ ବସ’; ୧୦ ଫୁଟ୍ ଘୋଷାଡ଼ି ନେଲା, ଗୁରୁତର ଆହତ ଯୁବକ

କଟକ : କଟକର ବାଦାମବାଡ଼ି ଥାନା ଅନ୍ତର୍ଗତ ମଲାଚଣ୍ଡିଆ ଛକରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ‘ଆମ ବସ’ ବାଇକ୍‌କୁ ଧକ୍କା ଦେବା ସହ ବାଇକ୍ ଆରୋହୀଙ୍କୁ ପ୍ରାୟ ୧୦ ଫୁଟ୍ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମଲାଚଣ୍ଡିଆ ଛକରୁ ସିଏନବିଟିକୁ ସଂଯୋଗ କରୁଥିବା ରାସ୍ତାରେ ଆମ ବସଟି ଦ୍ରୁତ ଗତିରେ ପ୍ରବେଶ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଘଟଣା ପରେ ବସ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ବାରମ୍ବାର ଆମ ବସ ସହ ଜଡ଼ିତ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସୁଥିବାରୁ ବେପରୁଆ ଗାଡ଼ି ଚାଳନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ