Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ସଂସଦ ଭବନରେ ଗୁଞ୍ଜି ଉଠିବ ପୁରୁଣା ପ୍ରସଙ୍ଗ, ଆଦାନୀ ମାମଲାରେ ମୋଦୀ ସରକାରକୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନ ହୋଇ ସାରିଛି। ମୌସୁମୀ ଅଧିବେଶନ ନୂତନ ଭବନରେ ହେବାକୁ ଯାଉଛି। ଭବନ ସିନା ନୂଆଁ ହେଲେ ପୁରୁଣା ପ୍ରସଙ୍ଗରେ ଗୁଞ୍ଜି ଉଠିବ ନୂତନ ସଂସଦ ଭବନ। ଏଥିପାଇଁ ଶାସକ ଏନଡିଏ ସରକାରକୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କଲେଣି। କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଗୁରୁବାର କହିଛନ୍ତି ଯେ, କଂଗ୍ରେସ ପୁରୁଣା ପ୍ରସଙ୍ଗକୁ ନେଇ ନୂତନ ସଂସଦ ଭବନରେ ବିଜେପିକୁ ଘେରିବ। ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିକୁ ଦଳ ପୁଣି ଥରେ ଦୋହରାଇବ। ଆଜି କଂଗ୍ରେସ ସେହି ୧୦୦ ପ୍ରଶ୍ନକୁ ନେଇ ଏକ ପୁସ୍ତକ ଲଞ୍ଚ କରିବ, ଯାହା ଆମେ ଆଦାନୀ ପ୍ରସଙ୍ଗରେ ଫେବୃଆରୀ ମାସରୁ ଏ ପର୍ଯ୍ୟନ୍ତ ମୋଦୀ ସରକାରଙ୍କୁ ପ୍ରଶ୍ନ କରି ଆସୁଛୁ।

ଉଲ୍ଲେଖନୀୟ ନିକଟରେ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟ ସାର୍ବଜନୀନ କରାଯାଇଥିଲା। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନ ନିୟମ ଅନୁସାରେ ପ୍ରାଥମିକସ୍ତରରେ କୌଣସି ପ୍ରକାରର ଉଲ୍ଲଂଘନ ହୋଇନାହିଁ। ଏହି ରିପୋର୍ଟ ଆଦାନୀ ଏବଂ ବିଜେପି ସରକାରକୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛି। ୨୦୨୩ ଜାନୁଆରୀ ୨୪ରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ ସେୟାର ବଜାରରେ ଷ୍ଟକ ଜାଲିଆତି କରି ନିଜ ସେୟାର ମୂଲ୍ୟର ଭେଲ୍ୟୁ ବଢାଇଛି।

ଗୁରୁବାର ଜୟରାମ ରମେଶ କହିଛନ୍ତି, ପୂର୍ବରୁ ମଧ୍ୟ ଆମେ ସଂସଦରେ ଆଦାନୀ ମାମଲାରେ ଜେପିସି(ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଥିଲୁ। ଏବେ ଯେଉଁଦିନ ନୂତନ ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ଆମେ ପୁଣି ଥରେ ଜେପିସି ତଦଣ୍ଡ ଦାବି ଦୋହରାଇବୁ। ନୂତନ ଭବନରେ ପୁରୁଣା ପ୍ରସଙ୍ଗ ନେଇ ବିଜେପିକୁ ଘେରିବୁ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ