Sanjay Gupta Death: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ ସଞ୍ଜୟ ଗୁପ୍ତାଙ୍କ ପରଲୋକ, ବଲିଉଡ୍ରେ ଶୋକର ଛାୟା
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ସଞ୍ଜୟ ଗୁପ୍ତାଙ୍କ ଦେହାନ୍ତ ହୋଇଛି। ଅକ୍ଟୋବର ୩୦ ତାରିଖ ରାତିରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଘରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏହି ଖବର ଜଣାଇବା ପରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।
ସଞ୍ଜୟ ଗୁପ୍ତା ହିନ୍ଦୀ ସିନେମାରେ କ୍ରାଇମ୍ ଡ୍ରାମା ଓ ଆକ୍ସନ୍ ଫିଲ୍ମ ପାଇଁ ବିଶେଷ ପରିଚିତ ଥିଲେ। ୧୯୯୪ରେ ‘ଆତିଶ୍’ ଫିଲ୍ମରୁ ନିର୍ଦ୍ଦେଶନା ଯାତ୍ରା ଆରମ୍ଭ କରିଥିବା ଗୁପ୍ତା ‘କାଣ୍ଟେ’, ‘ମୁସାଫିର’, ‘ଜିନ୍ଦା’, ‘ସୁଟ୍ଆଉଟ୍ ଆଟ୍ ୱାଡାଲା’, ‘ଜଜ୍ବା’, ‘କାବିଲ୍’ ଓ ‘ମୁମ୍ବାଇ ସାଗା’ ଭଳି ଫିଲ୍ମରେ କାମ କରିଥିଲେ। ନିର୍ଦ୍ଦେଶନା ସହ ପ୍ରଯୋଜନା ଓ କାହାଣୀ ଲେଖାରେ ମଧ୍ୟ ତାଙ୍କର ଅବଦାନ ରହିଥିଲା।
ତାଙ୍କ ଦେହାନ୍ତ ଖବର ପରେ ଅଭିନେତା, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଫିଲ୍ମ ଜଗତର ବ୍ୟକ୍ତିତ୍ୱମାନେ ଶୋକ ପ୍ରକାଶ କରିଛନ୍ତି। ଅଶୋକ ପଣ୍ଡିତ ତାଙ୍କୁ ଜଣେ ଭଲ କାହାଣୀକାର ଓ ସିନେମା ପ୍ରତି ଗଭୀର ଆଗ୍ରହ ରଖୁଥିବା ମଣିଷ ବୋଲି ମନେ ପକାଇଛନ୍ତି। ତାଙ୍କ ଅକାଳ ବିୟୋଗ ହିନ୍ଦୀ ଫିଲ୍ମ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ସହକର୍ମୀମାନେ କହିଛନ୍ତି।

