Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର! ଇରାନ ସମ୍ପର୍କରେ ଆମେରିକାକୁ ସତର୍କ କଲା ଇସ୍ରାଏଲ

ୱାଶିଂଟନ୍: ଆମେରିକା–ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏକ ନୂଆ ରିପୋର୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆମେରିକାକୁ ଗୁପ୍ତଚର ସୂଚନା ଦେଇ ଚେତାବନୀ ଜାରି କରିଛି ଯେ, ଇରାନ କଥିତ ଭାବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ନୂଆ ଷଡ଼ଯନ୍ତ୍ର ରଚୁଛି। ଏହି ଦାବିର ସତ୍ୟତା ଯାଞ୍ଚ ପାଇଁ ସିଆଇଏ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍‌ର କୁଦସ୍ ଫୋର୍ସ କମାଣ୍ଡର ଜେନେରାଲ କାସେମ ସୋଲେମାନୀଙ୍କ ମୃତ୍ୟୁ ପରଠାରୁ ଇରାନ ପକ୍ଷରୁ ପ୍ରତିଶୋଧର କଥା ବାରମ୍ବାର ଉଠାଯାଉଛି। ଏହି ପୃଷ୍ଠଭୂମିରେ ଇସ୍ରାଏଲର ସତର୍କବାଣୀକୁ ଆମେରିକା ଗୁରୁତ୍ୱର ସହ ନେଇଥିବା କୁହାଯାଉଛି।

ତେବେ ଏହି କଥିତ ଷଡ଼ଯନ୍ତ୍ର ସମ୍ପର୍କରେ ଏପର୍ଯ୍ୟନ୍ତ ଆମେରିକା କିମ୍ବା ଇରାନ ପକ୍ଷରୁ କୌଣସି ସରକାରୀ ପୁଷ୍ଟି କରାଯାଇନାହିଁ। ସେହିପରି ଇସ୍ରାଏଲ ପ୍ରଦାନ କରିଥିବା ଗୁପ୍ତଚର ସୂଚନାର ସତ୍ୟତାକୁ ମଧ୍ୟ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇନାହିଁ। ଏଭଳି ପରିସ୍ଥିତିରେ ଏହି ଦାବିକୁ ନେଇ ଆନ୍ତର୍ଜାତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ