Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୭ ଏପ୍ରିଲ-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ! ଜନଗଣନା ପାଇଁ ବିଳମ୍ବ

ଭୁବନେଶ୍ୱର, ଆସନ୍ତା ୨୦୨୭ ମସିହା ଏପ୍ରିଲ କିମ୍ବା ମେ’ ମାସରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗ ସଚିବଙ୍କ କହିବା ଅନୁସାରେ, ଚଳିତ ବର୍ଷ SIR (Special Intensive Revision) କାର୍ଯ୍ୟ ଜାରି ରହିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ କିଛି ସମୟ ବିଳମ୍ବ ହୋଇପାରେ |

ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି କାମ ଶେଷ ନ ହେବା ପର୍ଯ୍ୟନ୍ତ ନିର୍ବାଚନ କରାଇବା ସମ୍ଭବ ହେବନାହିଁ | ସାଧାରଣତଃ ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ହୋଇଥାଏ, କିନ୍ତୁ ଏଥର ଜନଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟକୁ ଘୁଞ୍ଚାଯାଇପାରେ | କାରଣ ଜନଗଣନା ପ୍ରକ୍ରିୟାରେ ଯେଉଁ ଶିକ୍ଷକ ଏବଂ ବିଏଲଓ ମାନଙ୍କୁ ନିଯୁକ୍ତ କରାଯାଇଛି ସେହି ମାନଙ୍କୁ ହିଁ ନିର୍ବାଚନ ସମୟରେ ଦାୟିତ୍ୱ ଦିଆଯିବ | ତେଣୁ ଜନଗଣନା ପ୍ରକ୍ରିୟା ସରିବା ପରେ ହିଁ ନିର୍ବାଚନ ହୋଇପାରିବ |

ତେବେ ୨୦୨୭ର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ହେବ। ଏଥର ଘରକୁ ଘର ବୁଲି ଭୋଟର ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟର ୬,୭୯୪ଟି ପଞ୍ଚାୟତରେ ମୋଟ ୯୧,୯୩୦ଟି ୱାର୍ଡ ବା ବୁଥ୍ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories