Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟା ନଦୀରେ ଡଙ୍ଗାରେ ମାଛ ଧରୁଥିଲେ ବାପା-ପୁଅ, ନିଖୋଜ ହେଲେ ପୁଅ

ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦୟା ନଦୀରେ ମାଛ ଧରୁଥିବା ବେଳେ ଡଙ୍ଗାରୁ ଖସି ଜଣେ ଯୁବ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ଜାଗୁଳାଇ ପଦର ଗାଁର ପ୍ରକାଶ ବେହେରା ଓ ତାଙ୍କ ପୁଅ ଦିବାନା ବେହେରା ପ୍ରତିଦିନ ଭଳି ମାଛ ଧରିବାକୁ ଡଙ୍ଗାରେ ଯାଇଥିଲେ। ମାଛ ଧରୁଥିବା ସମୟରେ ଦିବାନା ହଠାତ୍ ଡଙ୍ଗାରୁ ନଦୀକୁ ଖସି ପଡ଼ିଥିଲେ। ସେହି ସମୟରେ ନଦୀରେ ବନ୍ୟାଜଳର ପ୍ରବଳ ସ୍ରୋତ ଥିବାରୁ ସେ ଭାସିଯାଇଥିବା ଆଶଙ୍କା କରାଯାଉଛି।

ଖବର ପାଇ ଅଗ୍ନିଶମ ବାହିନୀ ଓ ଗଡ଼ିଶାଗୋଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories