Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦୦ରୁ ଅଧିକ ତାରକା ହୋଟେଲକୁ ଠକିଥିବା ୬୯ ବର୍ଷୀୟ ବୃଦ୍ଧ ଗିରଫ, ଭୁବନେଶ୍ୱରରୁ ଧରିଲା ପୁଲିସ

ଜେଲରୁ ବାହାରି ସିଧା ତାରକା ହୋଟେଲକୁ ଯାଉଥିଲେ। ଜାଲ ପରିଚୟପତ୍ର ଦେଖାଇ ଭିଆଇପିଙ୍କ ଭଳି ରହୁଥିଲେ ଏବଂ ବିଲ୍‌ ନଦେଇ ଫେରାର ମଧ୍ୟ ହୋଇଯାଉଥିଲେ। ଏଭଳି ଜାଲ ଉପାୟରେ ୩୦୦ରୁ ଅଧିକ ତାରକା ହୋଟେଲକୁ ଠକିଥିବା ୬୯ ବର୍ଷୀୟ ବିଙ୍ଗସନ୍‌ ଜନ୍‌ଙ୍କୁ ଭୁବନେଶ୍ୱରରୁ ରାୟପୁର ପୁଲିସ ଗିରଫ କରିଛି।

ଅଭିଯୁକ୍ତ ବିଙ୍ଗସନ୍‌ ଜନ୍‌ ହେଉଛନ୍ତି ତାମିଲନାଡୁର ବାସିନ୍ଦା। ସେ ରାୟପୁରର ଏକ ପାଞ୍ଚତାରକା ହୋଟେଲରେ ରହି ବକେୟା ବିଲ୍‌ ପରିଶୋଧ କରିନଥିବା ସହ ଏକ ଦାମୀ ଲାପଟପ୍‌ ନେଇ ଫେରାର ହୋଇଥିଲେ। ପରେ ତାଙ୍କ ମୋବାଇଲ୍‌ ଲୋକେସନ ଆଧାରରେ ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ଧରାଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ବିଙ୍ଗସନ୍‌ ଜନ୍‌ ନିଜକୁ କେବେ ଟୁରିଷ୍ଟ ଗାଇଡ୍‌, କେବେ ଇଂରାଜୀ ଶିକ୍ଷକ ତ ଆଉ କେବେ ଯୋଗ ଗୁରୁ ବୋଲି ପରିଚୟ ଦେଉଥିଲେ। ଏଭଳି ମିଛ ପରିଚୟ ଦେଇ ହୋଟେଲରେ ଭିଆଇପିଙ୍କ ଭଳି ଆଡମ୍ବରରେ ରହୁଥିଲେ | ଆଉ ଶେଷରେ କଥା ଆଳରେ ପଇସା ନ ଦେଇ ସିଧା ଫେରାର ହୋଇ ଯାଉଥିଲେ | ତେବେ ଗୋଟିଏ କି ଦୁଇଟି ନୁହେଁ ଏମିତି ୧୦ରୁ ଅଧିକ ରାଜ୍ୟର ବହୁ ନାମୀ ଦାମୀ ହୋଟେଲକୁ ସେ ଏଭଳି ଠକିଥିବା ବେଳେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଗିରଫ ହୋଇ ବିଭିନ୍ନ ଜେଲରେ ସଜା କାଟିସାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ