Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଜେଲ୍‌ ଯିବେ ବଲିଓଡ଼ ହାସ୍ୟ ଅଭିନେତା ରାଜପାଲ ଯାଦବ, ଚେକ୍‌ ବାଉନ୍ସ ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ!୩ ମାସ ଜେଲ୍‌ ସହ କୋଟି କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ବଲିଉଡ୍‌ର ଜଣାଶୁଣା ଅଭିନେତା ରାଜପାଲ ଯାଦବଙ୍କ ପାଇଁ ଆଇନଗତ ଅଡ଼ୁଆ ସୃଷ୍ଟି ହୋଇଛି। ଚେକ୍‌ ବାଉନ୍ସ ସମ୍ବନ୍ଧୀୟ ୭ଟି ମାମଲାରେ ଦିଲ୍ଲୀ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଜାୟ ରଖି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହ ରାଜପାଲ ଯାଦବଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ଫଳରେ ତାଙ୍କୁ ପୁଣି ଥରେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, କୋର୍ଟ ପକ୍ଷରୁ ରାଜପାଲ ଯାଦବଙ୍କୁ ବାରମ୍ବାର ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିଲେ। ତେଣୁ ତଳ କୋର୍ଟଙ୍କ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶକୁ ବଜାୟ ରଖାଯାଇଛି। ହାଇକୋର୍ଟ ସମସ୍ତ ୭ଟି ମାମଲାରେ ତାଙ୍କୁ ୩ ମାସର ସରଳ କାରାଦଣ୍ଡ ଦେଇଛନ୍ତି। ତେବେ ସମସ୍ତ ଦଣ୍ଡ ଏକକାଳୀନ ଚାଲିବାକୁ ନିର୍ଦ୍ଦେଶ ଥିବାରୁ ତାଙ୍କୁ ମୋଟ ୩ ମାସ ଜେଲ୍‌ରେ ରହିବାକୁ ପଡ଼ିବ।

ଏହା ସହ କୋର୍ଟ ପ୍ରତ୍ୟେକ ମାମଲାରେ ୧.୫ କୋଟି ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି। ଏହି ଅର୍ଥରୁ ପ୍ରତ୍ୟେକ ମାମଲାରେ ଅଭିଯୋଗକାରୀଙ୍କୁ ୧ କୋଟି ୪ ଲକ୍ଷ ୭୫ ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ରାଜପାଲ ଯାଦବଙ୍କ ଆଇନଗତ ସମସ୍ୟା ଆହୁରି ବଢ଼ିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories