Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଶ୍ରୀ ରାମଭୂମି’ରୁ ସାମ୍ନାକୁ ଆସିଲା ଅନୁପମ ଖେରଙ୍କ ଫାଷ୍ଟ ଲୁକ୍; ଅଶୋକ ସିଂଘଲଙ୍କ ଭୂମିକାରେ ନଜର ଆସିବେ ଅଭିନେତା

ଅଯୋଧ୍ୟାରେ ଚାଲିଛି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଶ୍ରୀ ରାମଭୂମି’ର ଶୁଟିଂ। ଏହି ଫିଲ୍ମରୁ ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ସେ ନିଜେ ଫଟୋ ସେୟାର କରି ଫିଲ୍ମରେ “ଅଶୋକ ସିଂଘଲ”ଙ୍କ ଭୂମିକାରେ ଅଭିନୟ କରୁଥିବା ସ୍ପଷ୍ଟ କରିଛନ୍ତି। ଏହାକୁ ସେ ନିଜ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫଟୋରେ ଅନୁପମ ଖେର ଧଳା କୁର୍ତ୍ତା-ପାଇଯାମା, କାନ୍ଧରେ ପାରମ୍ପରିକ ଅଙ୍ଗବସ୍ତ୍ର, କପାଳରେ ଲାଲ-ଧଳା ତିଳକ ଏବଂ ଚଷମା ପିନ୍ଧିଥିବା ନଜର ଆସିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଲୁକ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସେ ନିଜେ ତାଙ୍କ ଚରିତ୍ର ବିଷୟରେ ପ୍ରଶଂସକଙ୍କୁ ଜଣାଇବାକୁ ଉଚିତ୍ ମନେ କରିଥିଲେ।

ନିଜ ପୋଷ୍ଟରେ ଅନୁପମ ଖେର ଲେଖିଛନ୍ତି ଯେ, ଅଶୋକ ସିଂଘଲ ଶ୍ରୀ ରାମ ଜନ୍ମଭୂମି ଆନ୍ଦୋଳନର ଜଣେ ପ୍ରମୁଖ ମାର୍ଗଦର୍ଶକ ଥିଲେ ଏବଂ ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମର୍ପିତ ଥିଲେ। ଏଭଳି ଏକ ଐତିହାସିକ ବ୍ୟକ୍ତିତ୍ୱଙ୍କୁ ସତ୍ୟନିଷ୍ଠା ଓ ସମ୍ବେଦନଶୀଳତା ସହ ପରଦାରେ ଜୀବନ୍ତ କରିବା ତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି। ଏହି ଚରିତ୍ର ପାଇଁ ସେ ନିଜର ସର୍ବୋତ୍ତମ ପ୍ରୟାସ କରିବେ ବୋଲି କହିବା ସହ ପ୍ରଶଂସକଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories