Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କାର୍ଯ୍ୟାଳୟରେ ପହଁଚିଲେ ସୌଭିକ ବିଶ୍ୱାଳ! ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା

ରାଜ୍ୟ ରାଜନୀତିରେ ପୁଣି ଥରେ ଏକ ଚର୍ଚ୍ଚା ଜୋର ଧରିଛି। କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଏହାରି ମଧ୍ୟରେ ତାଙ୍କ ପୁଅ ତଥା କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିବା ଘଟଣା ରାଜନୈତିକ ମହଲରେ ନୂଆ ଚର୍ଚ୍ଚାର ସୂତ୍ରପାତ କରିଛି। ଯଦିଓ ଏନେଇ ବିଜେପି କିମ୍ବା ବିଜେଡିର କୌଣସି ନେତା ଔପଚାରିକ ଭାବେ ମତ ଦେଇନାହାନ୍ତି, ତଥାପି ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଛି।

ସୂଚନା ଅନୁସାରେ, ଆସନ୍ତା ୧୨ ତାରିଖରେ ପ୍ରଭାତ ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇପାରନ୍ତି। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସହ ବହୁ ସମର୍ଥକ ଓ ଅନୁଗତ କର୍ମୀ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି।

ଏହି ମିଶ୍ରଣ ପର୍ବରେ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି। ତେବେ ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନକୁ ନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories