Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୀବ୍ର ହେଲା ଟଙ୍କଧର ଏବଂ ରାଜେଶ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଳି! ଝାରଶୁଗୁଡ଼ାରେ ପୂଜାରୀଙ୍କ ଏଣ୍ଟ୍ରିକୁ ବିରୋଧ କଲେ ଟଙ୍କଙ୍କ ସମର୍ଥକ

ଝାରସୁଗୁଡା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦେଖା ଗଲାଣି ଦଳ ଭିତରେ ଫାଟ | ବିଜେପିର ଦୁଇ ନେତାଙ୍କ ମଧ୍ୟରେ ପୁଣିଥରେ ଆରମ୍ଭ ହୋଇଛି ବିବାଦ| ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରାଜା ରାସ୍ତାରେ ଖୋଲାଖୋଲି ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକ | ଫଳରେ ମନ୍ତ୍ରୀଙ୍କୁ ନିଜ ଜିଲ୍ଲାରେ ନିଜ ଦଳର କର୍ମୀ ମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି |

ସୂଚନା ଅନୁସାରେ, ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦାଘାଟ ଗ୍ରାମକୁ ଏକ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ | ଆଉ ସେହି ସମୟରେ ଭେଟେନ ନଦୀ ନିକଟରେ ତାଙ୍କୁ ଶତାଧିକ ବିଜେପି କର୍ମୀ ଅଟକାଇବା ସହ ନାରାବାଜି କରିଥିଲେ | କର୍ମୀମାନେ ମନ୍ତ୍ରୀଙ୍କ ବିରୁଦ୍ଧରେ “ଗୋ ବ୍ୟାକ” ନାରା ଦେବା ସହିତ “ଟଙ୍କଧର ଜିନ୍ଦାବାଦ” ବୋଲି ସ୍ଲୋଗାନ ଦେଇଥିଲେ | ବିରୋଧ କରୁଥିବା କର୍ମୀମାନେ ଟଙ୍କଙ୍କ ସମର୍ଥକ ବୋଲି କୁହାଯାଉଛି | ମନ୍ତ୍ରୀଙ୍କ ଗାଡି ସମୁଖରେ କର୍ମୀ ମାନେ ବସି ଧାରଣା ଜାରି ରଖିଥିଲେ | ଯାହା ଫଳରେ ଗସ୍ତ କରିବା ପୂର୍ବରୁ ବାଧ୍ୟ ହୋଇ ଅଧାରୁ ଫେରିଛନ୍ତି ମନ୍ତ୍ରୀ |

ତେବେ ଟଙ୍କଧର ଏବଂ ସୁରେଶ ପୂଜାରୀଙ୍କ ମଧ୍ୟରେ ଏ ବିବାଦ ନୂଆ ନୁହେଁ | ଏହାପୂର୍ବରୁ ଆଉଥରେ ମଧ୍ୟ ସ୍ଥାନୀୟ ସଭା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅନୁପସ୍ଥିତ ରହିଥିବାକୁ ନେଇ ବର୍ଷିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ | ସିଧାସଳଖ ତାଙ୍କ ନାମ ନ ନେଇ ସମାଲୋଚନା କରିଥିଲେ | ମନ୍ତ୍ରୀ ଶାରୀରିକ ଅସୁସ୍ଥତା ଦର୍ଶାଇ ସରକାରୀ କାର୍ଯ୍ୟକ୍ରମକୁ ଏଡ଼ାଉଛନ୍ତି କିନ୍ତୁ ଅନ୍ୟପଟେ ବେସରକାରୀ ଶିଳ୍ପ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଅଭିଯୋଗ ଆଣିଥିଲେ ଟଙ୍କ | ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟଙ୍କଙ୍କ ଏପରି ଭାବେ ମନ୍ତ୍ରୀଙ୍କୁ ବିରୋଧ କରିବା ଏକ ବଡ ସମସ୍ୟା ହୋଇପାରେ ଆଗାମୀ ସମୟରେ | ତେବେ ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ କିମ୍ବା ବିଧାୟକ ଟଙ୍କଧର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories