ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ
ବାଲିଗୁଡା, ତା, ୧୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ଗାୟତ୍ରୀ କଲୋନୀ ବାସିନ୍ଦା ସିଆରପିଏଫ୍ ଜବାନ୍ ଅଶୋକ ବେହେରା ବିଷ ପିଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସାଙ୍ଘାତିକ ଅଭିଯୋଗ । ମୃତ ଅଶୋକଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ଅଶୋକଙ୍କ ଦରମା ଟଙ୍କାକୁ ଅନୈତିକ ଉପାୟରେ ଖର୍ଚ୍ଚ କରିବା ସହ ଆଶିଷ ପାଇକରାୟ ନାମକ ଜଣେ ସିଆରପିଏଫ୍ ଅଫିସରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ମାସ ଧରି ଅଶାନ୍ତି ଲାଗିରହିଥିବା ବେଳେ ଗତ କିଛି ମାସ ହେବ ଅଶୋକଙ୍କ ସ୍ତ୍ରୀ ନିଜ ଘର ଛାଡ଼ି ତାଙ୍କ ଦୁଇ ଝିଅଙ୍କୁ ନେଇ ଅନ୍ୟ ଏକ ଭଡ଼ା ଘରେ ରହୁଥିଲେ । ଏନେଇ ମାନସିକ ଚାପରେ ରହୁଥିଲେ ଅଶୋକ ଏବଂ ଶେଷରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଶୋକଙ୍କ ମା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ଅଶୋକଙ୍କ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି ବାଲିଗୁଡ଼ା ଥାନା ପୋଲିସ୍ ।

