Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସମ୍ବାଦିକ ସଂମ୍ମାନିତ

ଅସ୍ତରଙ୍ଗ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ର ମିଳିତ ଆନୁକୂଲ୍ୟରେ ରବିବାର ଦିନ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଏକ ଭର ପୁର ସାମ୍ବାଦିକ ମାନଙ୍କ ସମାବେଶ ରେ ଦୈନିକ “ସମୟ ‘”ର ଅସ୍ତରଙ୍ଗ ପ୍ରତିନିଧି ଦୁଃଶାସହ ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଡ଼କ୍ଟର ଅରୂପ ଜେନା ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶ ରେ କନ୍ଧମାଳ ବିଧାୟକ ଉମା ଚରଣ ମଲ୍ଲିକ,ଜି ଉଦୟଗିର ବିଧାୟକ ପ୍ରଫୁଲ ପ୍ରଧାନ,ଜିଲ୍ଲା କଂଗ୍ରେସ ଦଳର ସଭାପତି,ଚନ୍ଦ୍ରଶେଖର ପରିଡା,ଡି ଏସ ପି ଗୋବିନ୍ଦ ଚନ୍ଦ୍ର ବୁଗୁଡ଼ା,ରାଜ୍ୟ ସଂଘ ସମ୍ପାଦକ ରାଜକିଶୋର ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଜିଲ୍ଲା କାର୍ଯ୍ୟକାରି ସଭାପତି ସୁନୀଲ ପଟନାୟକ ଙ୍କ ସମେତ, କେ ଇଉ ଦବ୍ଲୁ ଜେ, ର ରାଜ୍ୟ ଉପ ସଭାପତି ବିନାୟକ ମିଶ୍ର, ଦୁଃଶାସନ ନାୟକ,ସୌରଭ ପଟନାୟକ, ବରିଷ୍ଠ ସଭ୍ୟ ପ୍ରଭାକର ସିରୋମଣି ପ୍ରମୁଖ ଭାଷଣ ଦେଇ ମୁକ୍ତ, ନିରେପେକ୍ଷ,ଓ ନୈତିକ ସାମ୍ବାଦିକ ତା ପ୍ରତି ବଦ୍ଧତା ହେଉ ବୋଲି ପ୍ରକାଶ କରିବା ସହ,ସମାଜ ପ୍ରତି, ଓ ନିଜ ଦାୟୀତ୍ୱ ବୋଧ ପ୍ରତି ସାମ୍ବାଦିକ ମାନେ ସଚେତନ ରହିବା ଆବଶ୍ୟକ ବୋଲି କହି ଥିଲେ l ଦୁଇ ଟି ଅଧିବେଶନ ଭାବେ ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ୨୭ଟି ଜିଲ୍ଲାରୁ ୨୪୦ଜଣ ଗଣ ମାଧ୍ୟାମ ପ୍ରତିନିଧି ଯୋଗ ଦାନ କରିଥିଲେ l ଜିଲ୍ଲା ଉପ ସଭାପତି ସନ୍ତୋଷ ଦିଗାଲ, ସଂଗଠନ ସ୍ରମ୍ପାଦକ ଜୟଶେନ ପରିଡା,ରାଜ୍ୟ କୋଷାଧକ୍ଷ ସୁବାସ ସ୍ୱାଇଁ,ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ, ସମାଜ ର ବିଭିନ୍ନ କ୍ଷେତ୍ରରେ ଭାଗ ନେଇ କୃତିତ୍ୱ ହାସଲ କରିଥବା ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ