ଲଡୁଗାଁ ରେ କୁନିରଥ ରେ ବିଜେ ହେଲେ ତିନି ଠାକୁର।
କଳାହାଣ୍ଡି,୧୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ନିଆଁରା ଘୋଷଯାତ୍ରା ପାଳନ ହୋଇ ଆସୁଛି। ଏହାରେ କୁନି ରଥ ନିର୍ମାଣ କରି ତିନି ଠାକୁର ଙ୍କ ବିଗ୍ରହ କୁ ରଥାରୂଢ ପରେ ଛୋଟ ଛୋଟ ପିଲା ମାନେ ରଥ ଟାଣିବା ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ଲଡୁଗାଁ ର ଜଗନ୍ନାଥ ଙ୍କ ସେବକ ଅଶୋକ ଅଗ୍ରୱାଲ ଙ୍କ ବାସଭବନ ରୁ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ବିଗ୍ରହ କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି ବିଜେ କରିବା ପରେ ଜଗନ୍ନାଥ ଙ୍କ କୁନି ସେବକ ଛେରା ପହଁରା କରିବା ପରେ ତିନି ଠାକୁର ଙ୍କୁ ରଥ ରେ ବିଜେ କରାଯିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ଧ୍ଵନି ରେ ଜୟ ଜଗନ୍ନାଥ କହି ଛୋଟ ଛୋଟ ପିଲାମାନେ ଭକ୍ତିମୟ ପତିବେଶ ମଧ୍ୟରେ ରଥ ଟାଣିଥିଲେ। କୁନି ସେବକ ଙ୍କ ମାତାପିତା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଅଧ୍ୟକ୍ଷା ରିତା ଅଗ୍ରୱାଲ ସମେତ ନିଳେଶ ଅଗ୍ରୱାଲ,ନାନକ ଅଗ୍ରୱାଲ,ଅରୁଣ ଅଗ୍ରୱାଲ,ପଙ୍କଜ ଅଗ୍ରୱାଲ, ରବି ନାରାୟଣ ଦାସ, ସଞ୍ଜୟ ସିଙ୍ଘଲ, ଶତାଧିକ ମହିଳା ସମେତ ଗ୍ରାମବାସୀ ମାନେ ଏହି କୁନି ଘୋଷଯାତ୍ରା ରେ ସାମିଲ ରହିଥିଲେ।

