Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ବର୍ଷ ପରେ ସ୍ପେନ ହାତରେ ଫୁଟବଲ ବିଶ୍ୱକପ ଟ୍ରଫି! ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍

ନୂଆଦିଲ୍ଲୀ : ୨୦୨୬ ଫିଫା ବିଶ୍ୱକପର ଫାଇନାଲରେ ସ୍ପେନ ରଚିଛି ଇତିହାସ । ଆମେରିକାର ନ୍ୟୁ ଜର୍ସିରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ସ୍ପେନ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଛି। ନିର୍ଦ୍ଧାରିତ ୯୦ ମିନିଟ୍‌ରେ କୌଣସି ଦଳ ଗୋଲ କରିପାରିନଥିବାରୁ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା।

ଅତିରିକ୍ତ ସମୟର ୧୦୬ତମ ମିନିଟ୍‌ରେ ସ୍ପେନର ଷ୍ଟାର ଫରୱାର୍ଡ ଫେରାନ୍ ଟୋରେସ ନିର୍ଣ୍ଣାୟକ ଗୋଲ କରି ଦଳକୁ ବିଜୟୀ କରିଥିଲେ। ୨୦୧୦ ପରେ ପୁଣିଥରେ ବିଶ୍ୱକପ ଟ୍ରଫି ହାସଲ କରି ସ୍ପେନ ବିଶ୍ୱ ଫୁଟବଲରେ ନିଜର ଦବଦବା ପ୍ରତିଷ୍ଠା କରିଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ପେନର ପ୍ରତିରକ୍ଷା ବେଶ୍‌ ସୁଦୃଢ଼ ରହିଥିଲା ଏବଂ ଦଳ କେବଳ ଗୋଟିଏ ଗୋଲ ବ୍ୟୟ କରି ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ସ୍ପେନର ଦୃଢ଼ ପ୍ରତିରକ୍ଷାକୁ ଭେଦ କରିବାରେ ବିଫଳ ହୋଇଥିଲା। ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଏଞ୍ଜୋ ଫର୍ଣ୍ଣାଣ୍ଡେଜ ରେଡ୍ କାର୍ଡ ପାଇବା ପରେ ଆର୍ଜେଣ୍ଟିନାକୁ ୧୦ ଜଣ ଖେଳାଳିଙ୍କ ସହ ମ୍ୟାଚ ଶେଷ କରିବାକୁ ପଡ଼ିଥିଲା। ଫଳରେ ବିଶ୍ୱକପ ଟ୍ରଫି ରକ୍ଷା କରିବାର ସ୍ୱପ୍ନ ଅଧୂରା ରହିଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories