Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cyclone Akvan Update: ଓଡ଼ିଶା ଉପକୂଳ ପାଇଁ ବଢ଼ିଲା ବିପଦ, Puri-Narsapur ମଧ୍ୟରେ Landfall ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅକଭାନ୍‌’କୁ ନେଇ ବଢ଼ିଲା ଚିନ୍ତା। ସମୁଦ୍ର ମଧ୍ୟରେ ବଳ ଗୋଟାଇ ଧୀର ଗତିରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା। ଭାରତୀୟ ପାଣିପାଗ ବିଭାଗ (IMD)ର ତାଜା ଆକଳନ ଅନୁଯାୟୀ, ଅକଭାନ୍‌ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି। ଏହା ଗୋପାଳପୁରଠାରୁ ୭୧୦ କିମି, ପୁରୀଠାରୁ ୭୭୦ କିମି ଏବଂ ବିଶାଖାପାଟଣାଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ମଚ୍ଛଲିପଟନମ୍‌ଠାରୁ ୫୯୦ କିମି ଓ ତ୍ରିଙ୍କୋମାଲିଠାରୁ ୬୬୦ କିମି ଦୂରରେ ରହିଛି ବାତ୍ୟା। ବର୍ତ୍ତମାନର ଗତିପଥ ଅନୁସାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖିବ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍‌ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ଏହା ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ରହିପାରେ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବା ସହ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ