Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋହିତଙ୍କ ଶତକ ! ତଥାପି ଇଂଲଣ୍ଡଠାରୁ ସିରିଜ୍ ହାରିଲା ଭାରତ

ଲର୍ଡ୍ସ: ଅଧିନାୟକ ରୋହିତ ଶର୍ମାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସତ୍ତ୍ୱେ ଭାରତ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୨୭ ରନ୍‌ରେ ପରାସ୍ତ ହୋଇଛି। ଏହି ବିଜୟ ସହ ଘରୋଇ ଦଳ ଇଂଲଣ୍ଡ ୨-୧ରେ ସିରିଜ୍ ନିଜ ନାମରେ କରିଛି। ଲର୍ଡ୍ସରେ ଖେଳାଯାଇଥିବା ଏହି ହାଇ-ସ୍କୋରିଂ ମ୍ୟାଚ୍‌ରେ ଉଭୟ ଦଳ ମିଶି ମୋଟ ୭୪୭ ରନ୍ ସଂଗ୍ରହ କରିଥିଲେ। ଜାକବ ବେଥେଲ୍ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଏବଂ ଜୋ ରୁଟ୍ ‘ପ୍ଲେୟାର ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦମଦାର ଖେଳ ଆରମ୍ଭ କରିଥିଲା। ଓପନର ଜାକବ ବେଥେଲ୍ (୯୧) ଓ ବେନ୍ ଡକେଟ୍ (୧୪୧) ପ୍ରଥମ ୱିକେଟ୍‌ରେ ୧୯୨ ରନ୍‌ର ଭାଗିଦାରୀ ଗଢ଼ିଥିଲେ। ପରେ ଜୋ ରୁଟ୍‌ଙ୍କ ୭୪ ଏବଂ ଜୋସ୍ ବଟଲର୍‌ଙ୍କ ୧୩ ବଲ୍‌ରୁ ଅପରାଜିତ ୪୧ ରନ୍ ବଳରେ ଇଂଲଣ୍ଡ ୩ ୱିକେଟ୍‌ରେ ୩୮୭ ରନ୍‌ର ବିଶାଳ ସ୍କୋର କରିଥିଲା।

୩୮୮ ରନ୍‌ର ଲକ୍ଷ୍ୟ ପିଛା କରି ଭାରତ ମଧ୍ୟ ଜବରଦସ୍ତ ଆରମ୍ଭ କରିଥିଲା। ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ୱିକେଟ୍‌ରେ ୧୪୭ ରନ୍ ଯୋଡ଼ିଥିଲେ। ଗିଲ୍ ୭୭ ରନ୍ କରି ଆଉଟ୍ ହେବା ପରେ ରୋହିତ ୧୭ଟି ଚୌକା ଓ ୫ଟି ଛକା ସହ ୧୩୮ ରନ୍‌ର ଶାନଦାର ପାରି ଖେଳିଥିଲେ। ବିରାଟ କୋହଲି ମଧ୍ୟ ୭୪ ରନ୍ କରି ଭଲ ସାଥ୍ ଦେଇଥିଲେ। ତେବେ ରୋହିତଙ୍କ ୱିକେଟ୍ ପଡ଼ିବା ପରେ ଭାରତୀୟ ମଧ୍ୟକ୍ରମ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଇଶାନ କିଷନ୍ (୧୪), ଶ୍ରେୟାସ ଆୟର (୦), କେ.ଏଲ୍ ରାହୁଲ (୧୨) ଓ ଅକ୍ଷର ପଟେଲ (୨) ନିରାଶ କରିଥିଲେ। ଶେଷରେ ଭାରତ ୩୬୦ ରନ୍‌ରେ ସୀମିତ ରହି ୨୭ ରନ୍‌ରେ ମ୍ୟାଚ୍ ଓ ସିରିଜ୍ ହାରିଥିଲା। ଇଂଲଣ୍ଡ ପକ୍ଷରୁ ସାମ୍ କୁରାନ୍ ସର୍ବାଧିକ ୪ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories