Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁରୁକ୍ଷେତ୍ରରୁ ମହାଭାରତର ପ୍ରସ୍ତୁତି, ରେସଲରଙ୍କୁ ୩ ବିଜେପି ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ହରିୟାଣାର କୁରୁକ୍ଷେତ୍ରରୁ ଆରପାର ଲଢେଇ ପାଇଁ ପ୍ରସ୍ତୁତି। ଏଥିପାଇଁ ଶୁକ୍ରବାର ଅର୍ଥାତ ଆଜି ଆଉ ଏକ ଖାପ ପଞ୍ଚାୟତ ଆୟୋଜନ ହେବାକୁ ଯାଉଛି। ଏହାର ଅଧ୍ୟକ୍ଷତା କରିବେ ସୁବେ ସିଂହ ସମୈଣ। ଏହା ପୂର୍ବରୁ ଗୁରୁବାର ମୁଫରନଗରରେ ହୋଇଥିବା ଖାପ ମହାପଞ୍ଚାୟତରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଥିଲା। ଭାରତୀୟ କୁସ୍ତି ମହାସଂଘର ପ୍ରମୁଖ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ମଧ୍ୟରେ ଭବିଷ୍ୟତର ରଣନୀତି ଉପରେ ଆଲୋଚନା ପାଇଁ ଏହି ମହାପଞ୍ଚାୟତ ଡକାଯାଇଛି। ଆଜି ହେବାକୁ ଥିବା ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ।

ଏହି ବୈଠକରେ ଶ୍ୟୋରଣ ଖାପ, ମହିଳା ସର୍ବଜାତୀୟ ସର୍ଭ ଖାପ, ସମୈଣ ଖାପ, ଧନଖଡ଼ ଖାପ, ସଙ୍ଗରୋହା ଖାପ ଆଦି ସାମିଲ୍ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତ, ଅମରଜିତ ମୋହଡି, ସୁଖବିନ୍ଦର ସିଂ ଅଲଖ ସହିତ ଅନେକ ବଡ଼ କୃଷକ ନେତା ଯୋଗ ଦେବେ।

ରାକେଶ ଟିକାୟତ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଶୀଘ୍ର ସମୟ ମଗାଯିବ। ଏହି ସମୟରେ ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିବେ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ। ରେସଲରଙ୍କ ଆନ୍ଦୋଳନକୁ ବିଜେପିର ୩ ସାଂସଦଙ୍କ ସମର୍ଥନ ମଧ୍ୟ ମିଳିଛି। ଏହି ସାଂସଦ ହେଉଛନ୍ତି ମେନକା ଗାନ୍ଧୀ, ମହାରାଷ୍ଟ୍ରର ପ୍ରୀତମ ମୁଣ୍ଡେ ଏଂ ହରିୟାଣାରୁ ବ୍ରିଜେନ୍ଦ୍ର ସିଂ।

ମେନକା ଗାନ୍ଧୀ ପହିଲମାନଙ୍କୁ ନ୍ୟାୟର ଭରସା ଦେଇଛନ୍ତି। ଶ୍ରୀନଗରରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଲେ ସେ କହିଛନ୍ତି, ମୋତେ ବିଶ୍ଵାସ ଯେ, ଶେଷରେ କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିବ। ଏହା ପୂର୍ବରୁ ପ୍ରୀତମ ମୁଣ୍ଡେ କହିଥିଲେ, ଆନ୍ଦୋଳନକୁ ଅଣଦେଖା କରିବା ଉଚିତ୍ ନୁହେଁ। ସେ ଯେ କୌଣସି ପାର୍ଟି ହୁଅନ୍ତୁ କି ସରକାର ହୁଅନ୍ତୁ। ଅନ୍ୟପଟେ ବ୍ରିଜେନ୍ଦ୍ର ସିଂ ଏହି ବିରୋଧ ପ୍ରଦର୍ଶନ ମର୍ମାହତ କରିଛି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ