Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ପାଳିତ।

କଳାହାଣ୍ଡି,୨୦/୦୭
କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୪ ତମ ଜୟନ୍ତୀ ଉପଲକ୍ଷେ କୋକସରା ବ୍ଲକ ଆମପାଣି ଶାଖା କନ୍ଦାଗଡ ଠାରେ ପାଳନ ହୋଇଯାଇଛି। ଏହି ଅବସରରେ ଭଜନ, ପ୍ରାର୍ଥନା, ବୃକ୍ଷରୋପଣ ଓ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ, ଆମପାଣି ଆଇଆଇସି ପ୍ରଶାନ୍ତ କୋଲହାରସ, ଯୁବ ସମାଜସେବି ମନୋରଞ୍ଜନ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା,କାଳୀକୃଷ୍ଣ ସଂଘର ସଂପାଦକ ମୋହନ ଚରଣ ବିଷି ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରାଚାଳନରେ ନବୀନ ରାଉତ, ଗୋବିନ୍ଦ ମାଝୀ,ଯୁଧିଷ୍ଠିର ମାଝୀ,କୁନୁ ମାଝୀ, ଅଭିନ୍ନ ପୁଝାରୀ ଓ ଶାଖା ସଂଘର ଭାଇ ଭଉଣୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ