Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସଡମ ପାର୍କ ପରିସରରେ ସାମ୍ବାଦିକ ସମ୍ମିଳନୀ ।

କଳାହାଣ୍ଡି,୨୦/୦୭
ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ସିବିଏସଇ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା–୨୦୨୬ ନିମନ୍ତେ ଏକ ସାମ୍ବାଦିକ ସମ୍ବୀଳନୀ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ଶ୍ୟାମ , ନିର୍ଦ୍ଦେଶକ ଡି ରାମ କୁମାର , ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା , ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର ପ୍ରମୁଖ ଓ ବିଭିନ୍ନ ପ୍ରେସ ମିଡିଆ କର୍ମକର୍ତ୍ତା ଉପସ୍ଥିତ ଥିଲେ | କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିକାଶ ରେସିଡେନ୍ସିଆଲ୍ ସ୍କୁଲ, ଭବାନୀପାଟଣା ପକ୍ଷରୁ ସିବିଏସଇ ଗେମ୍ସ–୨୦୨୬ ଅନ୍ତର୍ଗତ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ (Archery) ପ୍ରତିଯୋଗିତା ଆସନ୍ତା ୨୪ ଜୁଲାଇରୁ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଗୌରବମୟ କ୍ରୀଡ଼ା ମହାକୁମ୍ଭରେ ଫାର୍ ଇଷ୍ଟ ଜୋନ୍‌ର ୧୧ଟି ରାଜ୍ୟର ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟରୁ ୨୫୦ ରୁ ଅଧିକ ପ୍ରତିଭାବାନ ବାଳକ ଓ ବାଳିକା ତୀରନ୍ଦାଜ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ୧୪ ବର୍ଷରୁ ନିମ୍ନ ବର୍ଗ , ୧୭ ବର୍ଷରୁ ନିମ୍ନ ବର୍ଗ ଓ ୧୯ ବର୍ଷରୁ ନିମ୍ନ ବର୍ଗରେ ଅନୁଷ୍ଠିତ ହେବ। ଏହି ଗୌରବ ମୟ କ୍ରୀଡ଼ା ପ୍ରତିଯୋଗିତା ପ୍ରଥମ ଥର ପାଇଁ କଳାହାଣ୍ଡି ମାଟିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିକାଶ ଶିକ୍ଷାନୁଷ୍ଠାନ ତଥା ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରତିଯୋଗିତାର ସୁପରିଚାଳନା ପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏସନ୍‌ର ୮ ଜଣ ଅଭିଜ୍ଞ ଅଧିକାରୀ ଓ ୧୦ ଜଣ ସ୍ୱେଚ୍ଛାସେବକ ସେମାନଙ୍କର ପ୍ରାଜ୍ଞିକ ସହଯୋଗ ପ୍ରଦାନ କରିବେ। ସମଗ୍ର ପ୍ରତିଯୋଗିତା ସିବିଏସଇ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମାବଳୀ ଓ ମାର୍ଗଦର୍ଶିକା ଅନୁସାରେ ସୁଚାରୁ ରୂପେ ପରିଚାଳିତ ହେବ। ଖେଳାଳିମାନଙ୍କ ସୁରକ୍ଷା, ସୁବିଧା ଓ ସ୍ୱଚ୍ଛ ପ୍ରତିଯୋଗିତା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ପ୍ରତିଯୋଗିତା କେବଳ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଶୃଙ୍ଖଳା, ଏକାଗ୍ରତା, ଧୈର୍ଯ୍ୟ, କ୍ରୀଡ଼ାସୁଲଭ ମନୋଭାବ ଓ ଭାଇଚାରାର ଏକ ଅନନ୍ୟ ମିଳନ ଉତ୍ସବ ହେବ ବୋଲି ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ବର ରାଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ