Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ଜୀ ଦେଶକୁ ଜଣାନ୍ତୁ ବ୍ରିଜଭୂଷଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ: ପ୍ରିୟଙ୍କା

ନୂଆଦିଲ୍ଲୀ: କାହିଁକି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ବିରୋଧରେ ଏ ପର୍ଯ୍ୟର‌୍ୟ୍ୟନ୍ତ ଗିରଫ କରାଯାଇ ନାହିଁ। କାହିଁକି ତାଙ୍କୁ କେନ୍ଦ୍ର ସରକାର ବଞ୍ଚାଉଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରକୁ ପ୍ରଶ୍ନ କରିଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ବ୍ରିଜଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ନରେନ୍ଦ୍ର ମୋଦୀ ଜୀ ଗମ୍ଭୀର ଅଭିଯୋଗକୁ ପଢନ୍ତୁ ଏବଂ ଦେଶକୁ ଜଣାନ୍ତୁ ଯେ, ଅଭିଯୁକ୍ତ ଉପରେ ଏ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁର୍ଯ୍ୟ ।

ଏଥିସହ ସେ ଏକ ଇଂରାଜୀ ଦୈନିକ ଖବର କାଗଜରେ ବିସ୍ତାର ସହ ପ୍ରକାଶିତ ଖବରକୁ ପୋଷ୍ଟ କରିଛନ୍ତି। ଏଥିରେ ଲେଖାହୋଇଛି ଯେ, ବ୍ରିଜଭୂଷଣ ସିଂଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରାଯାଇଛି। ଏଥିରେ ଯୌନ ଶୋଷଣର ଅତି କମରେ ୧୦ ମାମଲାକୁ ବିସ୍ତାର ସହ ଲେଖା ଯାଇଛି। ଏହା ବ୍ୟତୀତ ଅତି କମରେ ଏମିତି ୨ଟି ମାମଲା ରହିଛି, ଯେଉଁଥିରେ ମହିଳା କୁସ୍ତିଯୋଦ୍ଧାଙ୍କ ଉନ୍ନତି ପାଇଁ ସେମାନଙ୍କଠୁ ଅନୈତିକ ଦାବି କରାଯାଇଛି। ଏହି ଖବରକୁ ଉଲ୍ଲେଖ କରି ପ୍ରିୟଙ୍କା ମୋଦୀ ସରକାରଙ୍କୁ ଘେରିଛନ୍ତି।

ଅନ୍ୟପଟେ ବ୍ୟାକଫୁଟରେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ଶୋଷଣ ଅଭିଯୋଗର ସାମ୍ନା କରୁଥିବା କେଶରଗଞ୍ଜ ଆସନରୁ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ। ଅଯୋଧ୍ୟାର ଶ୍ରୀରାମ ପାର୍କରେ ହେବାକୁ ଥିବା ରାଲିକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି ବ୍ରିଜଭୂଷଣ। ସାଂସଦ ଶୁକ୍ରବାର ନିଜର ଫେସବୁକ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି।

ରେସଲରଙ୍କ ଆନ୍ଦୋଳନକୁ ବିଜେପିର ୩ ସାଂସଦଙ୍କ ସମର୍ଥନ ମଧ୍ୟ ମିଳିଛି। ଏହି ସାଂସଦ ହେଉଛନ୍ତି ମେନକା ଗାନ୍ଧୀ, ମହାରାଷ୍ଟ୍ରର ପ୍ରୀତମ ମୁଣ୍ଡେ ଏଂ ହରିୟାଣାରୁ ବ୍ରିଜେନ୍ଦ୍ର ସିଂ। ମେନକା ଗାନ୍ଧୀ ପହିଲମାନଙ୍କୁ ନ୍ୟାୟର ଭରସା ଦେଇଛନ୍ତି। ଶ୍ରୀନଗରରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଲେ ସେ କହିଛନ୍ତି, ମୋତେ ବିଶ୍ଵାସ ଯେ, ଶେଷରେ କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ